STORYMIRROR

Anasuya Rout

Abstract

4  

Anasuya Rout

Abstract

ଦୁଃଖର ସାଥି

ଦୁଃଖର ସାଥି

1 min
22

ତୁମେ ସୁଖ ,ତୁମେ ଶାନ୍ତି ତୁମେ ଚେତନା ମୋ ମନର

ମୋର ଦୁଃଖ,ରୋଗରେ ତୁମେ ହିଁ ତ ସୂତ୍ର ସମାଧାନର

ତୁମେ ଭୋକ ତୁମେ ଶୋଷ ମେଣ୍ଟେ ଅବଢା ତୋରାଣୀରେ

ତୁମେ ନିଦ୍ରା ତୁମେ ଜାଗରଣ ରାତ୍ରିର।

ନିଦ ନ ଆସିଲେ ତୁମେ ହିଁ ମୋତେ ଦିଅ ଶୁଆଇ

ତୁମ ନାମ ଗାଇ ଗାଇ ମୁଁ ସୁଖ ନିଦ୍ରା ଯାଏ ଶୋଇ।

ତୁମେ ଅନ୍ଧାର ତୁମେ ଆଲୋକ ମୋ ଜୀବନରେ

ତୁମେ ତୁପ୍ତି ଦିଅ ତୁମ ନାମର ସୁଧାରସ ପାନରେ।

ତୁମେ ଫୁଲ ବିଛାଅ କଣ୍ଟା ବଦଳରେ ମୋ ରାସ୍ତାରେ

ତୁମେ ମହକେଇ ଦିଅ ମୋ ଜୀବନ ତୁମ ଆଶୀର୍ବାଦରେ

ତୁମେ ବନ୍ଧୁ ତୁମେ ସଖା ତୁମେ ପିତା ତୁମେ ହିଁ ମାତା

ତୁମେ ସ୍ବାମୀ ତୁମେ ସନ୍ତାନ ତୁମେ ହିଁ ତ ମୋର ଜୀବନଦାତା।

ତୁମ ବିନା ମୋ ଜୀବନ ମାନେ ଜଳ ବିନା ମୀନ

ତୁମେ ସ୍ବାର୍ଥହୀନ ତୁମେ ମୋ ପ୍ରଶ୍ନର ସମାଧାନ

ସ୍ବାର୍ଥପର ମୁଁ ଖାଲି ଦୁଃଖ ବେଳେ ଲୋଡେ

ସୁଖରେ କି ତୁମେ ମୋତେ ଭୂଲିଯାଅ

ନା ମୁଁ ତୁମକୁ ଭୂଲିଯାଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract