STORYMIRROR

Anasuya Rout

Abstract

4  

Anasuya Rout

Abstract

ବାର୍ଦ୍ଧକ୍ଯ

ବାର୍ଦ୍ଧକ୍ଯ

1 min
390

ବାର୍ଦ୍ଧକ୍ଯର ଦୁଃଖ ପୁତ୍ର ପୁତ୍ରବଧୂ ସ୍ନେହ ଲୋଡିଲେ

ହାତ ପରସାଠୁ ଆଦର ସରାଗ ଦୂରେ ରହିଲେ

କାନ ଡେରିଥାଇ ନାତି ନାତୁଣିକି ଖୋଜି ଅଇଲେ

ବାପା ମା' ଡାକ ଶୁଣିବା ପାଇଁ କି ବିକଳ ହେଲେ।


ଯବନବେଳରେ ପୁଅ ମୁହେଁ ହସ ଦେଖିବା ପାଇଁକି

ସାତ ନଈ ଡେଇଁ ଆଣୁଥିଲା ପଦ୍ମ କଇଁ

ସେହି ପୁଅ ଯଦି ମଲେ କି ହଜିଲେ ଦିନେ ନ ଖୋଜଇ 

ଜୀବ ଥାଉଁ ଥାଉଁ ଏ ଜୀବନ ଜଳିଯାଇ।


ଯେଉଁ ମା' ଦିନେ ପୁତ୍ର ସୁଖ ପାଇଁ ଉପବାସ ରହି

କେତେ ଦିଅଁ କେତେ ଦେବୀ କରୁଥିଲା ପୂଜା

ସେ ମା'କୁ ଆଜି ପାଦରେ ଆଡେଇ 

ଡେଇଁ ଚାଲିଗଲା ସାଥିରେ ଧରି ଭାରିଜା।


ଜୀବନ ମରଣ ସବୁତ ସମାନ 

କାହା ଆଗେ ଆଜି ବାର୍ଧକ୍ଯର ଦୁଃଖ କରିବ ବଖାଣ 

ଜଳନ୍ତା ଗଛର ଦୁଃଖ କେ ଜାଣିବ

ଜୀବନ ଥାଉଁ ଏ ଜ୍ବଳନର ଦୁଃଖ କେମିତି ସହିବ।


ବେଳ ଥାଉ ଥାଉ ପଡନ୍ତା କି ଟଳି

ବନ୍ଧୁ ପରିଜନ କରନ୍ତେ ବୋବାଳି

ଏ ଜୀବନେ ନହେଲା ନାହିଁ 

ମରଣେ ତାହାର ନାତି ପୁତ୍ର କାଳେ

ଦିଅନ୍ତେ କି ମୁଖା ମୁହେଁ।


ଭୋକ ଯନ୍ତ୍ରଣା ଠୁ ବଳି ଦୁଃଖ ଆଉ କିଛି 

ଏ ଜଗତ ଜଞ୍ଜାଳେ ଅଛି 

ପେଟ ପୋଡି ଗଲେ ବାର୍ଦ୍ଧକ୍ଯ ଅପଙ୍ଗ

ହାତ ଗୋଡ ଯୋଡି ସଜାଡି କଙ୍କାଳ

ଇଛା ମୃତ୍ଯୁ ଖୋଜେ ଆଉ ଲୋଡେ ନାହିଁ କିଛି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract