STORYMIRROR

Anasuya Rout

Tragedy

3  

Anasuya Rout

Tragedy

ନିରବ ପ୍ରେମ

ନିରବ ପ୍ରେମ

1 min
162

ଏ କାସ୍ ମୁଁ ବୁଝି ପାରନ୍ତି

ତୁମ ମନର ନିରବତାକୁ

ଆପଣେଇ ନିଅନ୍ତି, ତୁମ

ଉକୁଟା ହସର ଶିହରଣକୁ।

ତୁମ ଚମକି ପଡିବାର

ସମସ୍ତ ମୂହୂର୍ତ୍ତକୁ ସାଇତି

ପାରନ୍ତି, ତୁମ ହୁଦସ୍ପନ୍ଦନର

ବ୍ଯଗ୍ରତାକୁ, ନ ଶୁଣି ପାରିଲି ନାହିଁ

ଅନୁଭବି ପାରୁଛିତ,

ଏ କାସ୍ ଆସ୍ଥା ଦେଇ ପାରନ୍ତି।

ତୁମ ନହଜେଇ ଖୋଜିବାର

ନ ଶୁଣି ଶୁଣିବାର, ଆବଶ୍ଯକ

ନଥାଇ ଦରକାର କରିବାର

ବାହାନାକୁ,ମୁଁ ନିଜର କରି ପାରନ୍ତି,

ଶବ୍ଦ ନଥାଇ ଚୁପ୍ ରହି

ସବୁ କହିବାର ଶବ୍ଦ ମାନଙ୍କ

ମୁଁ ତୁମର ଶୁଣି ପାରନ୍ତି, ସବୁ ବୁଝି

ଅବୁଝା ପଣିଆର ଚପଳତା ରେ

ମୁଁ ମଜ୍ଜି ପାରନ୍ତି, ତୁମ ହଁ ରେ

ହଁ ମାରି ପାରନ୍ତି।

ତୁମ ରାଗ, ତୁମ ରୋଷ

ମୋ ଉପରେ ଯେତେ ହକ୍

ଜମେଇଲେ ବି, ମୁଁ ତୁମ ଠାରୁ

ବହୁତ ଦୂରରେ, ତୁମ ହକ୍ କୁ

ଭରସା ଦେଇ ପାରେନି।

ଏ କାସ୍ ସବୁବେଳେ ନ ହେଲେ ବି

କ୍ଷଣିକ ପାଇଁ ତୁମ ମୁହଁରେ

ହସ ଦେଇ ପାରନ୍ତି କି?

ଚାହିଁଲେ ବି ପାରେନି।

ଏ କାସ୍ ମୁଁ ବୁଝି ପାରନ୍ତି

ତୁମ ଦରଦୀ ମନର ବେଦନାକୁ

ତୁମ ଆଖି ସନ୍ଧି ଅନ୍ଧାରୀ ଲୁହର

ଅଭିଳାଷ ଜାଣି ପାରନ୍ତି

ତୁମ ପଦ୍ମ କୋରକ ମୁହଁରୁ

ସବୁ ଅଲରା କେଶତକ କାଢି ଦେଇ

ଚାପି ଧରନ୍ତି ମୋ ଶ୍ରୀହୀନ

କାନ୍ଧ ଉପରେ।

ଦେଖିବ ଯଦି ସେ ସମୟ କେବେ ଆସେ

ସବୁ କିଛି ବଦଳିଯିବ

ଏ ଥୁଣ୍ଟା ଗଛଟି କେମିତି

ହସି ଉଠିବ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy