ଛାଇ ଆଲୁଅର ଖେଳ
ଛାଇ ଆଲୁଅର ଖେଳ
ହସ କାନ୍ଦ ଦୁଇ ନଈର ଦି ଧାର
ଉତ୍ପନର ମୂଳଧାର
ହୃଦକନ୍ଦରର ଅନ୍ଧାରି ଗଣ୍ଡରୁ
ଉତ୍ପନ ଜଡ ତାହାର
ପୁଲ୍ଲକିତ ହୁଏ କେବେ
ଇନ୍ଦୁ ଦେଖି ପୂର୍ଣ୍ଣିମାର
ତବତ ନିଃଶ୍ୱାସେ କେବେ
ତରଳେ ବରଫ ଉଆଁସରେ।
ସମୟର ନଦୀ ସ୍ବଭାବେ ବହୁଥାଏ
ପୂର୍ଣ୍ଣିମାରେ କେବେ ଦାବାନଳ ବେଶେ ବୋହିନିଏ
ଶୀତଳ ସମୀରେ କେବେ ବହୁଥାଏ
ଅଙ୍ଗ ଭଙ୍ଗି ଠାଣି ମନ ମୋହୁଥାଏ
ଫେରେଇ ଜୀବନ ନିଃସ୍ୱ ହୋଇଯାଏ
ଜୀବନଦାତ୍ରୀର ନାମ ହୁରି ପଡୁଥାଏ ।
ଛାଇ ଆଲୁଅର ଖେଳ ଖେଳି ଖେଳି
ପୂର୍ଣ୍ଣିମା ଉଆଁସ ଲୁଚକାଳି ଖେଳି
ସମୟ ବିତଇ ପୂର୍ଣ୍ଣିମାକୁ ଚାହିଁ
ପକ୍ଷ ପରେ ପକ୍ଷ କରଇ ଅପେକ୍ଷା
ଉଆଁସ ନଥିଲେ ମିଳନ୍ତା କି ଚାନ୍ଦ
ଉଆଁସର ଦୁଃଖ ନ ସହି ମଣିଷ
ବୁଝିଥାନ୍ତା କି ସେ ପୂର୍ଣ୍ଣିମାର ସୁଖ।
ସୁଖ ଦୁଃଖ ଦୁଇ ଜୀବନର ଖେଳ
ପକ୍ଷ ଦୁଃଖ ହେଲେ ଆର ପକ୍ଷ ସୁଖ
ଏଇତ ନିୟତି ଖେଳ।
ଦୁଃଖରେ କାତର ସୁଖରେ ନ ଭୋଳ
ସମାନ ଭାବକୁ ସମାନରେ ତୁଲ
ବିତିଯିବ ଦିନ ପରେ ଦିନ
ସମୟର ଖେଳ ସାରି ସର୍ବେ
ବାହୁଡ଼ିବେ ଦିନେ ଅନ୍ତ କରି ଖେଳ।
