STORYMIRROR

Anasuya Rout

Others

3  

Anasuya Rout

Others

ଛାଇ ଆଲୁଅର ଖେଳ

ଛାଇ ଆଲୁଅର ଖେଳ

1 min
147

ହସ କାନ୍ଦ ଦୁଇ ନଈର ଦି ଧାର 

ଉତ୍ପନର ମୂଳଧାର

ହୃଦକନ୍ଦରର ଅନ୍ଧାରି ଗଣ୍ଡରୁ 

ଉତ୍ପନ ଜଡ ତାହାର 

ପୁଲ୍ଲକିତ ହୁଏ କେବେ 

ଇନ୍ଦୁ ଦେଖି ପୂର୍ଣ୍ଣିମାର 

ତବତ ନିଃଶ୍ୱାସେ କେବେ 

ତରଳେ ବରଫ ଉଆଁସରେ।

ସମୟର ନଦୀ ସ୍ବଭାବେ ବହୁଥାଏ

ପୂର୍ଣ୍ଣିମାରେ କେବେ ଦାବାନଳ ବେଶେ ବୋହିନିଏ 

ଶୀତଳ ସମୀରେ କେବେ ବହୁଥାଏ  

ଅଙ୍ଗ ଭଙ୍ଗି ଠାଣି ମନ ମୋହୁଥାଏ 

ଫେରେଇ ଜୀବନ ନିଃସ୍ୱ ହୋଇଯାଏ

ଜୀବନଦାତ୍ରୀର ନାମ ହୁରି ପଡୁଥାଏ ।

ଛାଇ ଆଲୁଅର ଖେଳ ଖେଳି ଖେଳି

ପୂର୍ଣ୍ଣିମା ଉଆଁସ ଲୁଚକାଳି ଖେଳି

ସମୟ ବିତଇ ପୂର୍ଣ୍ଣିମାକୁ ଚାହିଁ 

ପକ୍ଷ ପରେ ପକ୍ଷ କରଇ ଅପେକ୍ଷା

ଉଆଁସ ନଥିଲେ ମିଳନ୍ତା କି ଚାନ୍ଦ

ଉଆଁସର ଦୁଃଖ ନ ସହି ମଣିଷ 

ବୁଝିଥାନ୍ତା କି ସେ ପୂର୍ଣ୍ଣିମାର ସୁଖ।

ସୁଖ ଦୁଃଖ ଦୁଇ ଜୀବନର ଖେଳ

ପକ୍ଷ ଦୁଃଖ ହେଲେ ଆର ପକ୍ଷ ସୁଖ

ଏଇତ ନିୟତି ଖେଳ।

ଦୁଃଖରେ କାତର ସୁଖରେ ନ ଭୋଳ

ସମାନ ଭାବକୁ ସମାନରେ ତୁଲ

ବିତିଯିବ ଦିନ ପରେ ଦିନ 

ସମୟର ଖେଳ ସାରି ସର୍ବେ

ବାହୁଡ଼ିବେ ଦିନେ ଅନ୍ତ କରି ଖେଳ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍