STORYMIRROR

Anasuya Rout

Abstract

3  

Anasuya Rout

Abstract

ବସନ୍ତ ଆଗମେ

ବସନ୍ତ ଆଗମେ

1 min
172

ବସନ୍ତ ଉତ୍ସବେ କ୍ରୀଡା କଲେ ଆଜି ମୋହନ ଯେ ପୁଲ୍ଲକିତ

ମୋହିନୀ ରାଧିକା ନୃତ୍ଯ ବିରାଜଇ ମୋହନ ବଂଶୀର ତାଳେ

ଗୋପ ବୃନ୍ଦାବନ ପଲ୍ଲବି ଉଠିଛି ଶୀତଳ ସୁଧିର ସୁଲୁ ସୁଲୁ ବହେ

କୋଇଲିର କୁହୁତାନେ ମଳୟର ଆଗମନେ।

ମଳୟ ପବନ ଶୀହରି ନେଉଛି ତନୁ ମନ ଉଲ୍ଲସିତ

ଯୁଗଳ ମୂରତି ନୃତ୍ଯେ ସୁଗନ୍ଧିତ ପୁଷ୍ପ ପ୍ରସ୍ଫୁଟିତ

କଅଁଳ କହଇ କଅଁଳି ପ୍ରେମିକା ମୂରଲୀର ସୁମଧୁର ସ୍ବନେ

କଅଁଳି ଉଠଇ କୋମଳ ପତ୍ରିକା ଶୁଷ୍କ ତରୁ ଲତା ଡାଳେ।

ପ୍ରସ୍ଫୁଟିତ ହୁଏ କଅଁଳ କଳିକା ବିତରେ ସୁଗନ୍ଧ ଘ୍ରାଣେ

ଫଗୁଣ ଆଣିଛି ଫଗୁର ପସରା ତନୁ ମନ ଶ୍ରୀହରଣେ

ଗୋପାଙ୍ଗନା ଆଜି ହୁଏ ପୁଲକିତ ଗୋପୀ ସହ କୁଞ୍ଜବନେ

ମଧୁପ ଭ୍ରମର ଫୁଲରୁ ଫୁଲକୁ କରୁଥାନ୍ତି ଆଗମନ।

ବସନ୍ତ ଆଗମେ ମଳୟ ପ୍ରେମରେ ପଡିଛି ତପନ

ଋତୁରେ ବସନ୍ତ ରାଜ ଚାରିଦିଗେ ବାସେ ମହ ମହ ଗନ୍ଧ

ଆମ୍ବ ଡାଳେ ଝୁଲି କୋଇଲି କରଇ ପ୍ରେମର କୁହୁକ ତାନ।

ବସନ୍ତ ଆଗମେ ପ୍ରେମର ମଳୟ ଅଜାଡି ଦେଇଛି

ଜାତି ଜାତି ଫୁଲ ଜାତି ଜାତି ରଙ୍ଗ ସୁଗନ୍ଧିତ ପୁଷ୍ପ ରାଜି

ବିଛେଇ ଦେଇକି ପୃଥିବୀ ମା'ର ପାଦ ପୂଜା କରୁଅଛି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract