STORYMIRROR

Anasuya Rout

Abstract

3  

Anasuya Rout

Abstract

ବର୍ଷା

ବର୍ଷା

1 min
137

ସବୁ ଠିକ୍ ଠାକ୍ ଥିଲା

ତୁମେ ଆସିବା ଆଗରୁ,

ମୁଁ ଖୋଜୁ ଥିଲି ବାର ବାର

ତୁମର ସେ ଚିହ୍ନା ସରିକୁ।

ପ୍ରତୀକ୍ଷା ତ ଦୁଃଖମୟ

ହେଲେ ମିଠା ମିଠା ଆନନ୍ଦ

ବାସ୍ ବାସ୍ ଲୁହର ଆନନ୍ଦ।

ହେଲେ ମୁଁ ଭଲ ପାଏ

ଭିଜିବାକୁ ନୁହେଁ,

ଭିଜିବାର ସ୍ବପ୍ନକୁ।

ଜନଗହଳି ଠାରୁ ଦୂରରେ ନୁହେଁ

ଠିକ୍ ଏଇ କୋଳାହଳ,

ଭିଡ ଭିତରେ ଥାଇ

ମୁଁ ଅପେକ୍ଷାରତା ବର୍ଷା।

କେବଳ ତୁମକୁ ନୁହେଁ

ତୁମର ସେଇ ଚିହ୍ନା ଚିହ୍ନା ସରିକୁ,

ଭିଜିବାର ଆନନ୍ଦ ନୁହେଁ

ମୁଁ ଭଲପାଏ ଭିଜିବାର ସ୍ବପ୍ନକୁ।

କେବଳ କେବଳ

ଆନନ୍ଦ ଦେବାକୁ ଚାହୁଁଥିବା

ସେଇ ଚିହ୍ନା ଚିହ୍ନା,

କଳାବାଦଲକୁ।

                     



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract