STORYMIRROR

CHINMAYEE PRADHAN

Abstract Others

3  

CHINMAYEE PRADHAN

Abstract Others

କବିତା ଗୋ ତୁମେ

କବିତା ଗୋ ତୁମେ

1 min
162


କବିତା ଗୋ ତୁମେ, 

  କବିର କନ୍ଯା,

    ଭାଷାର ବନ୍ୟା,

      ଭାବ ବର୍ଣ୍ଣନା,

         ରୂପେ ଅନନ୍ଯା।


କରିପାର ତୁମେ, 

  ଶୁଷ୍କ ମରୁଭୂମି

    ଶସ୍ୟଶ୍ୟାମଳା,

      ବେରଙ୍ଗ ଧରାରେ

         ରଙ୍ଗର ଖେଳା।


 ବାହିପାର ତୁମେ, 

   ତାପିତ ହୃଦୟେ

      ବାରିର ଧାରା,

        ନିରାଶ ମନରେ

          ଆଶାର ଖରା।


ଢାଳିଦିଅ ତୁମେ

   କ୍ଷଣିକ ଜୀବନେ

      ଅମୃତ ଧାରା,

        ଅନ୍ଧାର ରାତିକୁ 

           ଜୋଛନାଭରା।


କେବେ ସାଜ ତୁମେ

   ଅଳସୀ କନ୍ଯା,

      ଲାଜର ବନ୍ୟା।

        ଖଡ୍ଗ ଧରି କେବେ

          ବୀରା ଅନନ୍ଯା।


ବଖାଣିଛ ତୁମେ

   ଅତୀତ କାହାଣୀ

      ସ୍ମୃତି ଅଜଣା,

         ଭବିଷ୍ଯତ କଥା

           ନୂଆ ପ୍ରେରଣା।


କବି ପାଇଁ ତୁମେ

   ସ୍ବତନ୍ତ୍ର କଳ୍ପନା,

     ନିଜର ଭାବନା,

       ଏକାନ୍ତ ଜୀବନେ

         ଖୁସିର ଠିକଣା।


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract