STORYMIRROR

ARUN MAHAPATRA

Abstract

3  

ARUN MAHAPATRA

Abstract

ବାତ୍ୟା..ଏକ ଅବଲୋକନ

ବାତ୍ୟା..ଏକ ଅବଲୋକନ

1 min
201


ଫେରିଗଲା ଧିରେ ପୁଣ୍ୟ କାର୍ତ୍ତିକ

ଛାଡ଼ିଦେଇ ମଗୁଶିର

ଧିମା ଧିମା ଶୀତ ବଢ଼ିଯାଇ ଆଜି

ଆସେ ଲହରୀ ଶୀତର।୧।

ଶୀତ ଲହରୀର ପ୍ରକୋପ ବଢୁଛି

ଥରି ଯାଉଛି ଶରୀର

ହରି ସାହୁ କିନ୍ତୁ ସକାଳ ପହରୁ

ଚାହା ପାଇଁ ତରତର।୨।

ମୁଣ୍ଡରେ ପଗଡ଼ି ଶରୀର ଆବୃତ୍ତ

ବସିଛନ୍ତି ସର୍ବେ ଘେରି

ଧିକ୍ ଧିକ କରି ଧୁନିଟା ଜଳୁଛି

ଶୀତରୁ ହୋଇବେ ପାରି।୩।

ଚଷା ପୁଅ ମୁଣ୍ଡେ ପଡିଛି ଭାଳେଣି

ପଡିଛି ଧାନ ଖଳାରେ

ଆସୁଛି ଜୱାଦ ଖୋଲି ତାର ଜିହ୍ୱା

ବର୍ଷା ପବନ ସଙ୍ଗରେ।୪।

ପାଚିଲା ଧାନକୁ ପରିବା ଫସଲ

ସବୁ ଦେବଟି ଉଜାଡି

ସାହୁକାର ଡାକ ପଡ଼ିଲେ ଶୁଭିବ

ଚାଷୀର ବିକଳ ରଡ଼ି।୫।

ଶସ୍ୟ ଶ୍ୟାମଳା ଓଡ଼ିଶାର ମାଟି

ବାତ୍ୟାର ଉତ୍ପୀଡନେ

ହୋଇ ଖିନଭିନ୍ ଦିଶେ ବିକଟାଳ

ଗତ ସନେ ଏହି ସନେ। ୬।

ଛପର ଉଡ଼ିବ ବୃକ୍ଷ ଯିବ ପଡ଼ି

ପଶୁଙ୍କ ଆର୍ତ୍ତ ଚିତ୍କାର

ଲୋକଙ୍କ ମନରେ ବିଷାଦ ସତତ

ଚତୁଃପାର୍ଶ୍ଵେ ହାହାକାର।୭।

ମାଧିଆ ଭଗିଆ ଅନାଇ ବସନ୍ତି

ହିଡେ ଦେଇ ମୁଣ୍ଡେ ହାତ

ଭିନ୍ନ ଭିନ୍ନ ନାମେ ବାତ୍ୟା ଆସେ ଯାଏ

ଚାଷୀଙ୍କୁ ନମିଳେ ଭାତ।୮



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract