ସମୟ
ସମୟ


ସୂକ୍ଷ୍ମ ଗତିରେ ହୋଇ ଗତିଶୀଳ
ଥରାଇ ଦିଏ ସେ ବିଶାଳ ଶରୀର
ଦେଖିବାକୁ ଭୟ ଲାଗେ କ୍ଵଚିତ ଅତୀତ
ଦେଖି ହୁଏ ନାହିଁ ଅବା ଅମା ଭବିଷ୍ୟତ
ବେଳେ ବେଳେ ରୂପ ଅନୁପମ
ଅବା କେବେ ବିଷମ ସପନ
କରିବାକୁ ଇଚ୍ଛା ହୁଏ କେବେ ଆଲିଙ୍ଗନ
କେବେ ଅବା ମନକୁ ସେ କରଇ ଉଚ୍ଛନ୍ନ।
ଅଣାୟତ୍ତ ଗତି ତାର
ଚାହେଁ ନାହିଁ ଫେରି କେବେ
ସୁଖ ସମୃଦ୍ଧି ସମୁଦ୍ରେ ସନ୍ତରଣ ଜନେ
କରନ୍ତି ପ୍ରୟାସ ଗତି ଅବରୋଧ
ଦୁଃଖ ସନ୍ତାପରେ ଉବୁଟୁବୁ ପ୍ରାଣୀ
ଧୀର ଗତି ପାଇଁ
ଅସନ୍ତୋଷ କରଇ ପ୍ରକାଶ
କରୁଥାଏ ବାରମ୍ବାର ମିଶାଣ ଗୁଣନ ।
ସୁପ୍ତ ବୀଜ ହୁଏ ଅଙ୍କୁରିତ
କେବେ ଗ୍ରୀଷ୍ମ କେବେ ବର୍ଷା ଶୀତ
ଚକ୍ରାୟିତ ଘୂର୍ଣ୍ଣିବାତ୍ୟା କେବେ
ଅବା ବହେ ମଳୟ ସମୀର
ଆସେ କେବେ ହୁଏ ଅତିକ୍ରାନ୍ତ
ନାହିଁ ବଶ କାହାରି ଆୟତ୍ତ
ସମୟ ସେ ମାନେ ନାହିଁ କାହାର ଆକଟ।