STORYMIRROR

ARUN MAHAPATRA

Abstract

3  

ARUN MAHAPATRA

Abstract

ସମୟ

ସମୟ

1 min
305


ସୂକ୍ଷ୍ମ ଗତିରେ ହୋଇ ଗତିଶୀଳ

ଥରାଇ ଦିଏ ସେ ବିଶାଳ ଶରୀର

ଦେଖିବାକୁ ଭୟ ଲାଗେ କ୍ଵଚିତ ଅତୀତ

ଦେଖି ହୁଏ ନାହିଁ ଅବା ଅମା ଭବିଷ୍ୟତ

ବେଳେ ବେଳେ ରୂପ ଅନୁପମ

ଅବା କେବେ ବିଷମ ସପନ

କରିବାକୁ ଇଚ୍ଛା ହୁଏ କେବେ ଆଲିଙ୍ଗନ

କେବେ ଅବା ମନକୁ ସେ କରଇ ଉଚ୍ଛନ୍ନ।

ଅଣାୟତ୍ତ ଗତି ତାର

ଚାହେଁ ନାହିଁ ଫେରି କେବେ

ସୁଖ ସମୃଦ୍ଧି ସମୁଦ୍ରେ ସନ୍ତରଣ ଜନେ

କରନ୍ତି ପ୍ରୟାସ ଗତି ଅବରୋଧ

ଦୁଃଖ ସନ୍ତାପରେ ଉବୁଟୁବୁ ପ୍ରାଣୀ

ଧୀର ଗତି ପାଇଁ 

ଅସନ୍ତୋଷ କରଇ ପ୍ରକାଶ

କରୁଥାଏ ବାରମ୍ବାର ମିଶାଣ ଗୁଣନ ।

ସୁପ୍ତ ବୀଜ ହୁଏ ଅଙ୍କୁରିତ

କେବେ ଗ୍ରୀଷ୍ମ କେବେ ବର୍ଷା ଶୀତ

ଚକ୍ରାୟିତ ଘୂର୍ଣ୍ଣିବାତ୍ୟା କେବେ

ଅବା ବହେ ମଳୟ ସମୀର

ଆସେ କେବେ ହୁଏ ଅତିକ୍ରାନ୍ତ

ନାହିଁ ବଶ କାହାରି ଆୟତ୍ତ

ସମୟ ସେ ମାନେ ନାହିଁ କାହାର ଆକଟ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract