STORYMIRROR

ARUN MAHAPATRA

Abstract

4  

ARUN MAHAPATRA

Abstract

କଳାର କଳ୍ପନା

କଳାର କଳ୍ପନା

1 min
349

ଅତୀତର ମୁକସାଖି

ଐତିହ୍ୟର ସମାହାର

ହେ ଗଙ୍ଗବଂଶ କୂଳ ସମ୍ପଦ

ଭଗ୍ନ ସ୍ତୁପ ତୁମେ ଆଜି

ଜରା ଜର୍ଜରିତ।


କଳା ର କଳ୍ପନା

କରିଥିଲା ସେ ଯୁଗ ବିନ୍ଧାଣୀ

ବୁଝିବାକୁ କଷ୍ଟ ଆଜି ବିଜ୍ଞ ପରିଜନେ

ଅପରିକଳ୍ପିତ ଚିତ୍ର ସମାହାର

ବିଜ୍ଞାନ ର ସୂତ୍ର ଗନ୍ତାଘର

ଚିନ୍ତି ଥିଲା ବିଶୁ ମହାରଣା ଦିନେ।


ମୁଣ୍ଡି ମାରି ଅବୋଧ ବାଳକ

ରଚିଥିଲା ଦିବ୍ୟ କୀର୍ତ୍ତି ଦିନେ

ରଖିବାକୁ ବାରଶହ ଜୀବନ

ଲମ୍ଫିଥିଲା ଅତଳ ସାଗରେ।


ସେହି କ୍ଷେତ୍ର କୋଣାରକ

ଚାହିଁ ଥିଲା ସୂର୍ଯ୍ୟଙ୍କ ବନ୍ଦନା

କାହିଁ ଥିଲା ଦୁର୍ଦ୍ଦିନ ରାକ୍ଷସ

ଛଡାଇଲା ଓଡ଼ିଶା ଗୌରବ।


ହୋଇଗଲା ଧରମା ଅମର

ଅପୂଜ୍ୟ ଯେ ରହିଲା ମନ୍ଦିର

ରହିଗଲା ଅତୀତ ସ୍ୱାକ୍ଷର

ସ୍ତବ୍ଧ ହୋଇ ସାଗର ସମୀପେ ।


ଧନ୍ୟ ସେହି ଶିଳ୍ପ ଆଉ ଶିଳ୍ପୀ

ଯା'ର କୀର୍ତ୍ତି ଲାଭ କଲା

ପ୍ରସିଦ୍ଧି ବିଶ୍ୱ ରେ

ସେ ଲହୁ ଲୁହ ଯାତନା କଷଣ

ରଖି ଅଛି ଟେକ ଆମ

ବିଶ୍ଵ ଦରବାରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract