STORYMIRROR

ARUN MAHAPATRA

Romance Fantasy

4  

ARUN MAHAPATRA

Romance Fantasy

ପ୍ରିୟା

ପ୍ରିୟା

1 min
280


ମୋ ପ୍ରାଣ ବୀଣାରେ ସୃଷ୍ଟି କରିଥିଲ

ସୁନ୍ଦର ସ୍ୱରର ଗୀତି

ନୀଳ ଆକାଶରେ ଧଳା ବାଦଲର

ଚିତ୍ରିତ ପରିମିତି

ତୁମେ ନୁହେଁ ମରୀଚିକା ମାୟା

ମୋ ପ୍ରାଣ ତନ୍ତ୍ରୀର ଝଙ୍କାର ଗାଏ

ତୁମ ରୂପ ଗୀତି ପ୍ରିୟା।


ମୋ ମନ ଆକାଶେ ଉଦ୍ରିତ ଚନ୍ଦ୍ର

ଖୋଜେ କାହିଁ ନୀଳ କଇଁ

ଦୂରରୁ ସତତ ଚେଷ୍ଟିତ ସେତ

ତୁମକୁ ଛୁଇଁବା ପାଇଁ

ତୁମେ କୁହ କାହା ପାଇଁ ତେବେ 

ହସର ପାଖୁଡ଼ା ଫୁଟାଇ ଚାହିଁଛ

ଆକୃଷ୍ଟ ହୁଅନ୍ତି ସର୍ବେ।


ଖେଳ ଲୁଚକାଳି ଖେଳିବା ସୁଯୋଗ

ଆଜିଯାଏଁ ପାଉନାହିଁ 

ଫଗୁ ଖେଳ ଆଉ ହୋଇନି ବାହାନା

ତୁମକୁ ଛୁଇଁବା ପାଇଁ 

ଆଜି ନାହିଁ ଠିକଣା ପାଖରେ 

ଦୋଳ ମେଲଣର ଭିଡରେ ଖୋଜୁଛି

ପ୍ରିୟା ତୁମ ମୁଁହ ବାରେ।


ଆଜିବି ଜାଳୁଛ ସ୍ନେହର ଦିପାଳୀ

ଭିନ୍ନ କେଉଁ ମନ୍ଦିରରେ

ତୁମ ହାତଲଗା ଧୂପ ବାସନାର

ମହକ ମୁଁ ପାଇପାରେ

ମନ ମନ୍ଦିର ମୋ ଆଜି ଝୁରେ

ମୋ ପ୍ରିୟା ହାତର ଆଙ୍ଗୁଳି ସ୍ପର୍ଶରେ

ଜଳନ୍ତା କି ଦୀପ ଥରେ !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance