ପ୍ରିୟା
ପ୍ରିୟା


ମୋ ପ୍ରାଣ ବୀଣାରେ ସୃଷ୍ଟି କରିଥିଲ
ସୁନ୍ଦର ସ୍ୱରର ଗୀତି
ନୀଳ ଆକାଶରେ ଧଳା ବାଦଲର
ଚିତ୍ରିତ ପରିମିତି
ତୁମେ ନୁହେଁ ମରୀଚିକା ମାୟା
ମୋ ପ୍ରାଣ ତନ୍ତ୍ରୀର ଝଙ୍କାର ଗାଏ
ତୁମ ରୂପ ଗୀତି ପ୍ରିୟା।
ମୋ ମନ ଆକାଶେ ଉଦ୍ରିତ ଚନ୍ଦ୍ର
ଖୋଜେ କାହିଁ ନୀଳ କଇଁ
ଦୂରରୁ ସତତ ଚେଷ୍ଟିତ ସେତ
ତୁମକୁ ଛୁଇଁବା ପାଇଁ
ତୁମେ କୁହ କାହା ପାଇଁ ତେବେ
ହସର ପାଖୁଡ଼ା ଫୁଟାଇ ଚାହିଁଛ
ଆକୃଷ୍ଟ ହୁଅନ୍ତି ସର୍ବେ।
ଖେଳ ଲୁଚକାଳି ଖେଳିବା ସୁଯୋଗ
ଆଜିଯାଏଁ ପାଉନାହିଁ
ଫଗୁ ଖେଳ ଆଉ ହୋଇନି ବାହାନା
ତୁମକୁ ଛୁଇଁବା ପାଇଁ
ଆଜି ନାହିଁ ଠିକଣା ପାଖରେ
ଦୋଳ ମେଲଣର ଭିଡରେ ଖୋଜୁଛି
ପ୍ରିୟା ତୁମ ମୁଁହ ବାରେ।
ଆଜିବି ଜାଳୁଛ ସ୍ନେହର ଦିପାଳୀ
ଭିନ୍ନ କେଉଁ ମନ୍ଦିରରେ
ତୁମ ହାତଲଗା ଧୂପ ବାସନାର
ମହକ ମୁଁ ପାଇପାରେ
ମନ ମନ୍ଦିର ମୋ ଆଜି ଝୁରେ
ମୋ ପ୍ରିୟା ହାତର ଆଙ୍ଗୁଳି ସ୍ପର୍ଶରେ
ଜଳନ୍ତା କି ଦୀପ ଥରେ !