ପ୍ରେମ
ପ୍ରେମ


ପ୍ରେମ କାଳେ ସୁନ୍ଦର ସତ୍ୟ ଆଉ ଶିବ
ପ୍ରେମିକ ଓ ପ୍ରେମିକା ଯେ
ନଦୀ ଦୁଇ ଧାର
ନୀଳ ଆକାଶର ନୀଳିମାକୁ ଚାହିଁ
ପ୍ରେମଭରା ସ୍ୱପ୍ନ ନେଇ
ଗତି ତାଙ୍କ କଣ୍ଟକିତ ପଥ ପ୍ରାନ୍ତ
ମସୃଣ ଗତି ପଥେ ଅମାପ ସାହସେ ।
ଖସିଗଲେ ରକ୍ଷା ନାହିଁ
ବଦଳି ଯିବ ନିଶ୍ଚିତ
ଗତି ପଥ ଜୀବନ ଜୀବିକା ।
ଚକ୍ଷୁପଟେ ଥିଲେ
ଚଷମାଟା ଯୌବନର
ପ୍ରେମିକଟି ଲାଗଇ ସୁନ୍ଦର
କୃଷ୍ଣଚୁଡା ପରି ।
କୃଷ୍ଣକାୟ ମେଘ ପରି
ଗର୍ଜନରେ ଭୟଭୀତ
ଦଲକାଏ ପବନରେ
ଉଭେଇ ଯାଏ ପ୍ରେମିକ ଦୂର ଦିଗନ୍ତକୁ ।
ଯୁକ୍ତି ବାଢେ
କ୍ଷଣକାଳ ସୌନ୍ଦର୍ଯ୍ୟରେ
ମନ ଭରିଯାଏ ସିନା
ସୌନ୍ଦର୍ଯ୍ୟ ଯେ ନୁହେଁ ଚିରସ୍ଥାୟୀ
କ୍ଷଣସ୍ଥାୟୀ ମୃଗତୃଷ୍ଣା
ମେଣ୍ଟାଇ ପାରେନି ତୃଷା
ବଞ୍ଚିବାକୁ ଲୋଡା ସିନା
ମନର ସ୍ଥାୟୀତ୍ୱ ।