STORYMIRROR

ARUN MAHAPATRA

Others

3  

ARUN MAHAPATRA

Others

କ୍ରୋଧର ନିଆଁ

କ୍ରୋଧର ନିଆଁ

1 min
206


ଜଳିଗଲେ ବସ୍ତୁଟିଏ 

ଛାଡିଯାଏ ଅଙ୍ଗାର ବା ପାଉଁଶର ସ୍ତୁପ

ପ୍ରହେଳିକା ସୃଷ୍ଟି କରେ ଧୂଆଁର ବଳୟ

ଉତ୍ତାପ ତା ଦିଗନ୍ତ ପ୍ରସାରି।

ଛୋଟ ଚିଙ୍ଗାରିଟେ

କରେ ଭସ୍ମୀଭୂତ ଉଚ୍ଚ ଅଟ୍ଟାଳିକା

ନୁହେଁ ଚିରସ୍ଥାୟୀ ସମ୍ପର୍କର ସେତୁ 

ଭାଙ୍ଗି ହୁଏ ଚୁରମାର୍

ହେଲେ ପ୍ରକାଶିତ

ନିଜ ରୂପେ ସେ କ୍ରୋଧର ନିଆଁ।

ତା ଉତ୍ତାପ ଅବା କେବେ ନହୁଏ ପ୍ରକାଶ

କେବେ ସଦ୍ୟ ଅଗ୍ନେୟର ଲାଭା

ଜାଳି ପୋଡ଼ି ଅକ୍ଷୟ ତୂଣୀର

ନିରସ୍ତ୍ର କରଇ 

ହୁଏ ପରାଜିତ ସେ ଅଜୟ ବୀର।

ଜୀବନର ସବୁ ସୁଖ

ସବୁ ଅଙ୍ଗୀକାର

ଛାଡି ଯାଏ ପଶ୍ଚାତାପ ଆଉ ଅବଶୋଶ

ବୁଝିଛି ସେ ଅନଳର ତାପ

ବାହାରିଛି ଥରେ ଯିଏ ହୋଇ ଅର୍ଦ୍ଧ ଦଗ୍ଧ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍