STORYMIRROR

ARUN MAHAPATRA

Children Stories

3  

ARUN MAHAPATRA

Children Stories

ମା’

ମା’

1 min
188

ମାଆ ମାଆ ଡାକି ପଣତକାନିକୁ 

ଧରି କରୁଥିଲେ ଅଳି 

ସହୁଥାଏ ସବୁ  ବେଶୀ ହେଲେ କିନ୍ତୁ

    ଦେଉଥାଏ ଟିକେ ଗାଳି।


ଅନ୍ୟ ପିଲା ସଙ୍ଗେ ଖେଳି ବୁଲି ଆସି

    ଦେଖିଲେ ନୂଆଁ ଜିନିଷ 

ଆଣିବାକୁ ଯଦି ଜିଦ୍‍ ଧରି ବସେ

    ମାଆ କରୁଥାଏ ରୋଷ ।


କେତେ ଯେ ଜିନିଷ ନୂଆଁ ଜାମାପଟା

    ଆଣେ ସେ ବାପାଙ୍କୁ କହି 

ପର୍ବପର୍ବାଣୀରେ କେତେ ପିଠାପଣା

    ଖୁଆଏ ପାଖେ ବସାଇ।


ନିଜ ପେଟ ଭୋକ ନିଜଠୁ ଅଧିକ

    ପଡଇ ଜଣା ମାଆକୁ 

ସମୟ ଦେଖି ସେ ବାହାରୁ ଡକାଇ

    ଟାଣି ନିଅଇ କୋଳକୁ ।


ବାହାରୁ ଆସିଲେ ପ୍ରଥମେ କହଇ

   “ଚାଲ୍‍ ଖାଇଦେବୁ ଟିକେ” 

ମୁଁହକୁ ଦେଖିଲେ ବୁଝିଯାଏ ସିଏ

    ବୁଲି ଆସି ଅଛି ଭୋକେ ।


ପୃଥିବୀରେ ଅଟେ ଗୋଟିଏ ପ୍ରାଣୀ ସେ

    ଆଶା ନାହିଁ ତାର କିଛି  

ସନ୍ତାନ ସନ୍ତତି ଖୁସିରେ ରହିଲେ

    ପାଇଯାଏ ସବୁ କିଛି ।


ବାହ୍ୟ ଦୁନିଆରେ ସବୁ କିଛି ମିଳେ

    ନ ମିଳେ ମାଆର ସ୍ନେହ  

ମାଆ ନାହିଁ ଯା’ର କିଛି ନାହିଁ ତାର

    ଦୁନିଆ ଲାଗଇ ହେୟ ।



Rate this content
Log in