ମାଆ ଗୋ ମାଆ
ମାଆ ଗୋ ମାଆ
1 min
130
ମହିଷାସୁରକୁ ବଧ କରି ମାଗୋ
ମହିଷାମର୍ବ୍ଦିନୀ ବୋଲାଇଲ
ଦେବତାଙ୍କ ଡାକ ଶୁଣି ଥିଲ ତୁମେ
ଧରିତ୍ରୀକୁ ଭାର ମୁକ୍ତ କଲ।
ପ୍ରଭୂ ରାମଚନ୍ଦ୍ର ଡାକ ଶୁଣିଥିଲ
ସାହା ହୋଇଥିଲ ବନବାସେ
ତୁମ ଭରସାରେ ରାବଣ ବଧିଲେ
ସୀତା ଉଦ୍ଧାରି ଥିଲେ ହରଷେ।
ମାତା ଅବତୀର୍ଣ୍ଣ ଧରାଧାମେ ଆଜି
ହସେ କାଶତଣ୍ଡୀ ପବନରେ
ମୃଣୟ ମୂର୍ତ୍ତିରେ ପୂଜା ପାଉଛ ମା'
ଭଳି ଭଳି ପୂଜା ମଣ୍ଡପରେ।
ଗଗନ ପବନ ପ୍ରକମ୍ପିତ ହୁଏ
ଭିନ୍ନ ଭିନ୍ନ ରୂପେ ମନ୍ତ୍ର ଧ୍ଵନୀ
ସକଳ ଜନଙ୍କ ଦୁଃଖ ନିବାରଣ
କରିଥାଅ ମା ସିଂହବାହିନୀ।
ଦେବତାଙ୍କ ଡାକ ଶୁଣି ମାଗୋ ଦିନେ
ଜନ ମୁଖେ ଦୁର୍ଗା ଦୁର୍ଗ ନାଶି
ସର୍ବେ ଆଜି ଡାକୁଛନ୍ତି ହାହାକାରେ
ତୁମ ଚରଣେ ଶରଣ ପଶି।
ଦେଖାଅ ସେ ରୂପ ଅନୁପମ ତୁମ
ଭୟଂକର ପାଶେ ରାକ୍ଷସର
କରୁଛି ବିନତି ଘେନ ମୋ ପ୍ରଣତି
ଏ ସଂସାରୁ ଦୁଃଖ ଦୂର କର ।
