STORYMIRROR

ARUN MAHAPATRA

Abstract

4  

ARUN MAHAPATRA

Abstract

ହୋଲି

ହୋଲି

1 min
363


ଫଗୁଣ ଆସିଲା ବସନ୍ତକୁ ନେଇ

ଶେଷ ସଙ୍ଗୀତ ଶୀତର

ଆମ୍ବ ଗଛ ଶାଖା ହସୁଛି ମୁରୁକି

ବଉଳ ପେନ୍ଥାର ଭାର।

ସଙ୍ଗରେ ଆଣିଛି ପଞ୍ଚୁଦୋଳ ଯାତ୍ରା

ରାଧାକୃଷ୍ଣଙ୍କ ମେଲଣ

ଗାଆଁ ଗାଆଁ ଆଜି ହୋଇ ଏକତ୍ରିତ

ପରିବେଶ ଭାବପୂର୍ଣ୍ଣ।

ଫଗୁ ଅବିରରେ ଚିତ୍ରିତ ସରବେ

ଖେଳୁଛନ୍ତି ରଙ୍ଗ ହୋଲି

ସେ ପୁରୁଣା ସ୍ମୃତି ମନରେ ଜଗାନ୍ତି

ଗାଆଁ ସାହି ଘର ବୁଲି।

ଭାଇଚାରା ପର୍ବ ଭୁଲି ଭେଦଭାବ

ପାଳନ୍ତି ହୋଲି ଉତ୍ସବ 

ଖେଳିଥିଲେ ହୋଲି ଦ୍ୱାପରରେ ପରା

ହରଷେ ରାଧା ମାଧବ।

ସୁଦାମା ସୁବଳ ଗୋପୀ ଗୋପାଙ୍ଗନା

ମିଶି ଖେଳିଥିଲେ ହୋଲି

ହରଷ ମନରେ ସେ ପୁରୁଣା ଗାଥା

ଉଜ୍ଜୀବିତ କରେ ବୋଲି।

କୋଳାକୋଳି ବନ୍ଧୁ ସାଙ୍ଗ ପରିବାର

ସରବତ ମିଠା ଯେତେ

ହୋଲିର ମଜାକୁ କରେ ଦ୍ଵିଗୁଣିତ

ବରଷେ ଅପେକ୍ଷା ସତେ।

ହୋଲିକା ଦହନ ଯେ ଉଦାହରଣ

ସତ୍ୟ ଧର୍ମ ନ୍ୟାୟ ଜୟ

ପ୍ରତୀକ ସାଜଇ ମଣିଷ ମନରେ

ସଦ୍ଭାବ ହୁଏ ଉଦୟ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract