STORYMIRROR

ARUN MAHAPATRA

Others

3  

ARUN MAHAPATRA

Others

ମାଣବସା

ମାଣବସା

1 min
182

ଫେରିଗଲା ଧିରେ ପୁଣ୍ୟ କାର୍ତ୍ତିକ

ଛାଡ଼ିଦେଇ ମଗୁଶିର

ଧିମା ଧିମା ଶୀତ ବଢ଼ିଯାଇ ଆଜି

ଆସେ ଲହରୀ ଶୀତର।


ଥରି ଥରି ଧିରେ ନୂଆଁ ବୋହୂ କରେ

ଚାଉଳ ପିଠୋଉ ଧରି

ରାତି ରାତି ଜାଗି ପକାଏ ସେ ଚିତା

ସୁସଜ୍ଜିତ ଘର ବାରି।


ମାଆ ଲକ୍ଷ୍ମୀ ଆସି ଉଭା ହେବେ ପରା

ଲକ୍ଷ୍ମୀ ପାଦ ଘର ଦ୍ୱାରେ 

ସୁସ୍ୱାଦୁ ଭୋଜନ ପରୋଶେ ଶ୍ରଦ୍ଧାରେ

ଲକ୍ଷ୍ମୀ ଆବାହନ କରେ।


ସବୁ ଓଡ଼ିଆଣୀ ଶଯ୍ୟା କରି ତ୍ୟାଗ

ଗୁରୁବାର ସୁପ୍ରଭାତେ

କରନ୍ତି ସ୍ବାଗତ ଧାନ ଗଉଣିରେ

ପୂଜା ଥାଳି ନେଇ ହାତେ।


ନୂଆଁ ଧାନ କେଣ୍ଡା ଝୁଲଇ ଉପରେ

ସଜାଇଛି ଗେଣ୍ଡୁ ଫୁଲ

ଘରେ ଘରେ ଲକ୍ଷ୍ମୀ ପୁରାଣର ସ୍ରୋତ

ଭକତି ଅମୂଲ ମୂଲ ।


ଶୁକ୍ଲ ଦଶମୀରେ ଯଦି ଗୁରୁବାର

ହୁଅଇ ସୁଦଶା ବ୍ରତ

ଦଶ ମଣ୍ଡା ଭୋଗ ପ୍ରସ୍ତୁତ ହୁଅଇ

ଓଡ଼ିଆଣୀ ବାନ୍ଧେ ବ୍ରତ।


ମାଣବସା ପର୍ବ ଓଡ଼ିଆର ପ୍ରାଣେ

ଜଗାଏ ଭକତି ପଣ

ଜୟ ଜୟ ମାଗୋ ଲକ୍ଷ୍ମୀ ଠାକୁରାଣୀ

ସେ ପାଦେ ଗଲି ଶରଣ।


Rate this content
Log in