STORYMIRROR

DHARITRI SAHU

Abstract

3  

DHARITRI SAHU

Abstract

ଏଇତ ସାହିତ୍ୟ

ଏଇତ ସାହିତ୍ୟ

1 min
150

ବ୍ୟକ୍ତିଗତ ମତ ଧରିତ୍ରୀ ସାହୁ

ସାହିତ୍ୟ" ସେ ପୁଣି ମୋ 

ଓଡ଼ିଆ ସାହିତ୍ୟ

ଦିଗହରା ନାଲି ଗୋଧୂଳିର

ଧୂମ୍ରାଛନ୍ନ ବାଲିଝଡ ମଧ୍ୟେ,

କିଏ କେତେ ରୂପ ଦିଏ,

କିଏ କେତେ ଆଭୁଷଣେ

ଆଛାଦିତ କରି ଭରିଦିଏ

ଅବଗୁଣ୍ଠନବତୀର 

ଲାସ୍ୟ, ହାସ୍ୟ,ଛନ୍ଦ।

ଆଉ କିଏ ନଗ୍ନତାର

କରାଳ ବିଭିଷିକା ମଧ୍ୟେ

ଉଗ୍ରତାରେ ଅଶିଷ୍ଟାଚାରର

ସରହଦ ଡେଇଁ

ରଚିଚାଲେ ପୈଶାଚିକ ନୃତ୍ୟ।

ଓଡ଼ିଶାର ଅଭିଧାନ ଖୋଲି

କିଛି ଶଦ୍ଦ ଚୋରି କରି

ଅନୁକରଣ ଆଉ ଅନୁସରଣର

ପଥ ଆପଣେଇ

କିଛି ମାନପତ୍ର ଆଉ ଉପଢ଼ୌକନ

ଲୋଭରେ ବହୁତ କିଛି ତ

ଲେଖି ଦେଇ ହେବ,

ହେଲେ ସେଥିରେ.....

କିଛି ସୁପ୍ରଭାବ ପଡ଼ିବ କି -

ସାହିତ୍ୟର ଭବିଷ୍ୟତ ପରେ?

ଥରେ ଚକ୍ଷୁ ଖୋଲି ଚାହିଁ ଦେଖ

ପୂର୍ବ ପୁରୁଷ ମାନଙ୍କ

ଗ୍ରନ୍ଥାବଳୀ ପରେ...

ଛାତିରେ ହାତଦେଇ 

କହିପାରିବାନି ଆମେ

ସସମ୍ମାନେ ପଢି ବୁଝି ସାରିଛନ୍ତି

ଗୋଟେ ଗ୍ରନ୍ଥାବଳୀ ।

କେବେ ଯଦି କୌଣସି ଆବଶ୍ୟକତା ପାଇଁ ପଶିଯାଉ

ଗ୍ରନ୍ଥାଗାର ବନ୍ଧ ଡେଇଁ...

ଗ୍ରନ୍ଥାଗାର ମଧ୍ୟେ

ମିଥ୍ୟା ଅଭିମାନ 

ବସା ବାନ୍ଧି

ଯାଏ ଖାଲି ମନର ମଧ୍ୟରେ!!

ଏ ଆମ ପୂର୍ବ ପୁରୁଷଙ୍କ

କୀର୍ତ୍ତି ବୋଲି କହି, 

ଉତ୍ତରଦାୟିତ୍ୱ କଣ 

ସେତିକିରେ ସରିଯାଏ ସବୁ....

ଆଜିର ଯୁଗରେ ଧୈର୍ଯ୍ୟ ହୀନ ମାନବ ସମାଜ, 

ଧୈର୍ଯ୍ୟ ନାହିଁ-

ପଢ଼ିବାକୁ ଦୁଇ ଧାଡ଼ି 

ବହିଟିଏ ଖୋଲି।

ଫେସବୁକ ସଭିଙ୍କୁ ବି

ନୁହଁଇ ପସନ୍ଦ

କାରଣ ସେଠି ଖାଲି

ବୁଢ଼ା ବୁଢୀଙ୍କର ଭିଡ଼ ଥାଏ ଭାରି-

ମତ ଆସେ ବୋରିଂ 

ସେ ଲେଖା ସବୁ ବୋଲି।

ତେଣୁ ମୁଁ ଭାବେ ଲେଖା ଟିଏ

ସମୟାନୁବର୍ତ୍ତୀ, ସମସାମୟିକ , ସହଜ, ସରଳ

ସାହିତ୍ୟରେ ଅନୁବନ୍ଧିତ

ହେଲେ 

ହୁଏତ ସାହିତ୍ୟ କ୍ଷେତ୍ରରେ

ଆଗ୍ରହ ଉସ୍ଥାହ ସୃଷ୍ଟି କରିପାରିବାର

କିଞ୍ଚିତ ପ୍ରୟାସ ସଫଳତାର

ବୀଜ ବପନ କରିପାରନ୍ତା-

ଆଗାମୀ ପିଢ଼ି ପାଇଁ,

ଶ୍ରମ ଆମ ସାର୍ଥକ ହୁଅନ୍ତା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract