ବିଦାୟ ବର୍ଷ
ବିଦାୟ ବର୍ଷ
ଆହେ ଜଗନ୍ନାଥ ନୀଳାଞ୍ଚଳ ବାସୀ,
ଘର କରିଅଛି ପ୍ରଭୁ ତୁମକୁ ଭରଷି।
ବର୍ଷ ଅବସାନେ ମୋର ଗୁହାରି ଶୁଣିବ,
ବନ୍ଧୁ ବାନ୍ଧବଙ୍କୁ ମୋର ଭଲରେ ରଖିବ ।
ଭୁଲ୍ ଯାହା କରିଥିବି କରିଦେବ କ୍ଷମା,
ଜଗତର ସାଇଁ ଆହେ ଲକ୍ଷ୍ମୀଙ୍କର ବାମା ।
ନବ ବର୍ଷ ହେଉ ଆମ ସୁଖ ସମୃଦ୍ଧିର,
ଏତିକି ବିନତି ପ୍ରଭୁ ତୁମରି ପୟର ।
ଘର ବୋଲି କହୁଚି ମୁଁ ଯାହାକୁ କୁଟୁମ୍ବ,
ତୁମ ଠାରେ ଶେଷ ପ୍ରଭୁ ତୁମଠୁ ଆରମ୍ଭ ।
ସାଙ୍ଗ ସାଥି ଭାଇ ବନ୍ଧୁ ନେଇ ମୋର ଘର,
ମୋ ପରିବାରକୁ କେବେ କରିବନି ପର ।
ତୁମରି ଦାନକୁ ପ୍ରଭୁ ସଂସାର ଚାହୁଁଚି,
ଯେମିତି ରଖିଛ ପ୍ରଭୁ ଭଲରେ ମୁଁ ଅଛି।
