STORYMIRROR

Nibash Chandra Behura

Romance

3  

Nibash Chandra Behura

Romance

ମୋ ପ୍ରେମ

ମୋ ପ୍ରେମ

1 min
283

ତୁମ ଗାଆଁ ଠାରୁ ମୋ ଗାଆଁ ଆଜି,

ସାଜିଛି ଅମାପ ଦୂର l

ଅସ୍ଥିର ବେଦନା ଘାରେ ଏ ଜୀବନେ,

ଦୂରେଇ ଦେବାର ଡର l

ତୁମ ନୀଳ ଆଖି ଅଥୟ ସାଗରେ,

ବୁଡି ଗଲା ମନ ମୋର l

ପ୍ରଥମ ଦେଖାରେ କି ଯାଦୁ କରିଲ,

ନାହିଁ ମୁଁ ଆଜି ନିଜର l

କେତେ ହସ ମଜା କରିଥିଲେ ଆମେ,

ସେଦିନ ଶୁଭ ସନ୍ଧ୍ୟାରେ l

ସେଦିନର କଥା ଭୁଲିକି ପାରିବି,

ଅଭୁଲା ସ୍ମୃତି ମୋ ମନରେ l

ମନେ ମନେ ମୁଁ ଭଲ ପାଉଥିଲି,

କହି ନପରିଲି ମୁଁହରେ l

ମନ କଥା ମୋର ମନେ ରହିଗଲା,

ପଥର ରଖିଲି ଛାତିରେ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance