STORYMIRROR

Nibash Chandra Behura

Romance Inspirational Others

3  

Nibash Chandra Behura

Romance Inspirational Others

ପହିଲି ଛୁଆଁ କଲା କିମିଆଁ

ପହିଲି ଛୁଆଁ କଲା କିମିଆଁ

1 min
140

କି ଅଧର ଆହା ପାଇଛି ସଜନୀ,

ଗୋଲାପ ପାଖୁଡା ପରି,

କିଏ ସେ ଗଢିଛି କେତେ ଯତନରେ,

ବହୁ ପରିଶ୍ରମ କରି।


ଲାଜର ପାହାଚ ଡେଇଁଲା ସେ ଯେବେ,

ପଡିଲା ଅଧିର ହୋଇ,

ଧିରେ ଧିରେ ଆଣି ନିଜ ଅଧରକୁ,

ଦେଲା ସେ ପୁଣି ମିଶେଇ।


ଶୁଣିଥିଲି ମଧୁମୟ ଲାଗେ ବୋଲି,

ଅଧରେ ଅଧର ଛୁଆଁ,ଆ

ଯେବେ ମନେପଡେ ସେହି କ୍ଷଣ କଥା,

ହୃଦୟରେ ଲାଗେ ନିଆଁ।


ମିଳନର ଏହି ଅମୁଲ୍ୟ କ୍ଷଣର,

ସାକ୍ଷୀ ସେ ରଜନୀଗନ୍ଧା,

କେରା କେରା ହୋଇ ପ୍ରିୟାର ଗଭାରେ,

ଯତନେ ହୋଇଛି ବନ୍ଧା।


ଏମିତି ରେ ନିତି ରାତି ଯାଏ ବିତି,

ତାର ମୁହଁ ଚାହିଁ ଚାହିଁ,

ସକାଳ ଆସୁଛି କାହିଁକି ଆମର,

ବିଚ୍ଛେଦ ଖବର ନେଇ।


ତାର ସେ ଅଧର ଧାରେ ଧାରେ ଯେବେ,

ଆନନ୍ଦରେ ବିଚରିଲି,

ପ୍ରଣୟ ଅମୃତ ଆସ୍ବାଦନ ପ୍ରଥା,

କ୍ଷଣିକରେ ଶିଖିଗଲି।


ଏବେ ନିତି ରାତି ସାରା ପିରତୀରେ,

ଆମେ ଦୁହେଁ ଭିଜି ଭିଜି

ମିଳନର ମିଠା ଶିହରଣେ ମଜ୍ଜୁ,

କପୋତ କପୋତୀ ସାଜି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance