STORYMIRROR

Aparti Charan Sethi

Romance

4  

Aparti Charan Sethi

Romance

ପ୍ରେମ

ପ୍ରେମ

1 min
394


ପ୍ରେମ ନୁହେଁ ଦେହ ଭୋଗ ଅନ୍ଵେଷଣ

    ପ୍ରେମ ନୁହେଁ କିଛି ସ୍ଵାର୍ଥ,

ପ୍ରେମ ନୁହେଁ ଏଠି କାମନାର ତୃଷ୍ଣା

    ପ୍ରେମ ଚାହେଁ ନାହିଁ ଅର୍ଥ।

କାହାର ସୌନ୍ଦର୍ଯ୍ୟ ରୂପ ଆକର୍ଷଣେ

    ନିବନ୍ଧିତ ନୁହେଁ ପ୍ରେମ,

କାହାର କିଛିଟା ସମ୍ପତ୍ତି ମୋହରେ

    ବିକ୍ରି ହୁଏ ନାହିଁ ପ୍ରେମ।

ପ୍ରେମ ପାଖେ ନାହିଁ ଉଚ୍ଚ ନୀଚ୍ଚ ଭାବ

    ପ୍ରେମରେ ନାହିଁ ଭିନ୍ନତା,

ଜାତି,ଧର୍ମ, ବର୍ଣ୍ଣ ନିର୍ବିଶେଷେ ପ୍ରେମେ

‌‌ ସବୁଠୁଁ ମହନୀୟତା।

ପ୍ରେମଟି ଅଟ‌ଇ ଦୁଇଟି ଆତ୍ମାର

    ମିଳନ ସମ୍ପର୍କ ସୂତା, 

ପ୍ରେମ ଅଟେ ଅନୁଭବ ଅନୁଭୂତି

    କିଛି ପୁଣି ଅନୁଚିନ୍ତା।

ପ୍ରେମଟି ଶାଶ୍ୱତ ପ୍ରେମଟି ଅମୃତ

    ପ୍ରେମ ଚିରନ୍ତନ ସତ୍ୟ,

ପ୍ରେମ ଶିବ ପୁଣି ପ୍ରେମଟି ସୁନ୍ଦର

     ପ୍ରେମ ଅଟେ ସାରସ୍ବତ।

 ପ୍ରେମ ଜୀବନ ଓ ସମୟ ସାଥୀରେ

     ଭାବ ସୃଷ୍ଟି କରିପାରେ,

ଭଲ ପାଇବାଠୁଁ ଦୈହିକ ଲାଳସା

    ପ୍ରେମେ ଥାଏ ବହୁଦୂରେ।

ସମୟର ପ୍ରୀତି ଜୀବନର ମୁକ୍ତି

    କେତେ ଚୁକ୍ତି ଉକ୍ତି ନେଇ,

ଆତ୍ମା ଓ ଶରୀର ମଧ୍ଯେ ପ୍ରେମ ପୁଣି

     ଜିଇଁବା ସ୍ଵପ୍ନ ଦେଖ‌ଇ।

ସମ୍ଭୋଗ ସମ୍ପର୍କ ନୁହେଁ କେବେ ପ୍ରେମ 

     ପ୍ରେମ ଅକୁହା ସଂଳାପ,

ପ୍ରେମଟି କଳ୍ପନା ପ୍ରେମଟି ଚନ୍ଦ୍ରମା

     ପ୍ରେମ ଚେତନା ସ୍ଵରୂପ।

ପ୍ରେମ ବୋଲି ଯେଉଁ ଅଢେଇ ଅକ୍ଷର

     ନାହିଁ ତା'ର ସୀମାରେଖା,

ନାହିଁ ତ ନିର୍ଦ୍ଦିଷ୍ଟ ସଂଜ୍ଞା ସେ ପ୍ରେମର

     ପ୍ରେମଟି ଅକୁହା କଥା।

ଏମିତି କେ ଜଣେ ଦୁନିଆଁରେ ନାହିଁ

    ପ୍ରେମ ମୋଟେ କରିନାହିଁ,

କି, ଏମିତି କେନାହିଁ ପ୍ରେମକୁ ହୃଦରେ

     ବାନ୍ଧି ରଖି ପାରି ନାହିଁ।

କାହାପାଇଁ ପ୍ରେମ କାମନା ଶୃଙ୍ଗାର

     କାହା ପାଇଁ ପ୍ରେମ ନିଶା,

ହେଲେ କବି ପାଇଁ ପ୍ରେମ ତା' କବିତା 

     ଲେଖନୀର ପରିଭାଷା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance