STORYMIRROR

SUJATA DAS

Romance

4  

SUJATA DAS

Romance

ଜୀବନ ସଂଗୀତ

ଜୀବନ ସଂଗୀତ

1 min
314

ସା

 ସାତ ସୁରେ ବନ୍ଧା

   ତୁମ ସହ ପ୍ରାଣ

     ହୋମ ଠୁ ଆରମ୍ଭ

       ଜୁଇ ନିଆଁ ପରେ ଶେଷ

ସାତ ଜନମକୁ

  କଣ୍ଟ ଦେଇଛି ପା

    ଛାଇ ହୋଇ ଥିବି

     ସରିବା ଯାଏ ଆୟୁଷ l

ରେ

 ରେଖା ଖଣ୍ଡ ପରି

  ଅସଂଖ୍ୟ ବିନ୍ଦୁରେ

   ଜୀବନ ବନ୍ଧନ

    ଅଲେଖା ସେ ଇତିହାସ

ରେଣୁ ରେଣୁ କରି

  ଦୁଃଖ ସୁଖ ଯେତେ

   ଗୁନ୍ଥି ଛି ଆଦରେ

     ନାହିଁ ମନେ ଅବଶୋଷ।

ଗା

  ଗାଉଛି ଏ ମନ

   ପ୍ରଣୟ ସଂଗୀତ

     ସ୍ନେହର ମହ୍ଲାରେ

      କେତେ ଛନ୍ଦ ଅନୁପ୍ରାସ

ଗଡ଼ି ଗଡ଼ି ଯାଏ

  ଆୟୁଷ ର ଚକ

    ପ୍ରୀତିର ମହକେ

      ନେଇ କେତେ ଲୁହ ହସ l

ମା

  ମାନ ଅଭିମାନ

   ଭରିଛି ଜୀବନେ

     ଭିଜିଛି ସମୟ

      ଜ୍ୟୋତ୍ସା ଭରା ମଧୁ ରାତି,

ମାଖିତ ଦେଇଛ

  ପ୍ରୀତିର ଅଞ୍ଜନ

   ନୟନରେ ମୋର

     ଅଭୁଲା ସେ ମଧୁ ସ୍ମୃତି l

ପା

  ପାଇ ତୁମ ସ୍ନେହ

    ମମତାର ସ୍ପର୍ଶ

     ମନ କୁଞ୍ଜବନ

       ମତୁଆଲା ଯାଏ ହୋଇ,

ପାରେନାହିଁ ଛୁଇଁ

  ଉଦାସୀ ମଳୟ

    ମନ ଉଦ୍ୟାନକୁ

     ହୃଦୟ ଗବାକ୍ଷ ଡେଇଁ l

ଧା

  ଧାମ ଲୋଡା ନାହି

    ନାମ ଲୋଡା ନାହିଁ

     ପରିଚୟ ଖାଲି

       ମୁଁ ତୁମ ଦେହର ଛାଇ

ଧାଡ଼ି ଧାଡ଼ି କରି

  ଲେଖି ଦେଇଛି ମୁଁ

    ଜୀବନ ସଙ୍ଗୀତ

      ତୁମ ସାଥେ ଜୋଡି ହୋଇ।

ନି

 ନିରନ୍ତର ରହୁ

  ‌ ସମ୍ପର୍କ ଏମିତି

     ବିତିଯାଉ ଦିନ

      ସାତ ଜନ୍ମ ହାତ ଧରି,

ନିତି ମନାସେ ମୁଁ

  ସଞ୍ଜ ସଳିତାରେ

    ତୁମ ପାଇଁ ଶୁଭ

      ଖୁସି ଯାଉ ହୃଦେ ଭରି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance