STORYMIRROR

SUJATA DAS

Romance Inspirational

4  

SUJATA DAS

Romance Inspirational

ପୂର୍ଣାହୁତି

ପୂର୍ଣାହୁତି

1 min
250

🌹🌹ପୂର୍ଣ୍ଣାହୁତି 🌹🌹
🌹🌹🌹🌹🌹🌹

ଶୂନ୍ୟତା ବଳୟେ 
    ପୂର୍ଣ୍ଣତା ଆଶାରେ 
        ଦୁଇ ପାଦ ଖୋଜେ ପ୍ରେମ 
କେବେ କଳଙ୍କିତ 
   ଶାପେ ପ୍ରୀତିସିକ୍ତ 
     କେବେ ପୂଣ୍ୟତାର ଭ୍ରମ l
ପୂର୍ଣ୍ଣାହୁତି ପରେ 
    ପ୍ରଣୟ ବେଦୀରେ 
        ଅନ୍ତ ଯାହା ଅବଶେଷ 
ଅପ୍ରାପ୍ତିରେ ପ୍ରାପ୍ତି 
   ଅତୃପ୍ତିରେ ତୃପ୍ତି 
        ସୀମାହୀନ ଅଭିଳାଷ l
ଶବ୍ଦ ଖୋଜେ ଭାବ 
    ଭାବ ଖୋଜେ ପଂକ୍ତି 
        ପଂକ୍ତି ଖୋଜଇ ଲେଖନୀ
ଲେଖନୀ ବିମୁଗ୍ଧ 
     ସ୍ୟାହୀ ଅନୁରାଗେ 
        ପ୍ରଣୟର କାଦମ୍ବିନୀ l
ଆଖି ଖୋଜେ ନିଦ 
    ନିଦ ଖୋଜେ ରାତି 
         ରାତି ପାପୁଲିଏ ସ୍ବପ୍ନ 
ସ୍ବପ୍ନ ଖୋଜେ ରଙ୍ଗ 
    ରଙ୍ଗ ଖୋଜେ ଶିଳ୍ପୀ
        ଶିଳ୍ପୀ ପାଷାଣେ ନିମଗ୍ନ l
ସାଗର ବୁକୁରେ 
     ଅୟୁତ ଶାମୁକା 
         ପରିଚୟ ଯାଏ ହଜି 
ବେଳାଭୂମି ଝୁରେ 
     ତୃଷିତ ଅନ୍ତରେ 
         ସାଗର ମୋହରେ ଭିଜି l
ରତ୍ନ ଦୀପାବଳି 
     ତାରକା ମେଳରେ 
          ଶଶୀ ରଚେ ଅଭିସାର 
କମଳିନୀ ହୃଦେ 
     ଅୟୁତ ଅଭିପ୍ସା 
          ସଜ୍ଜା ପ୍ରଣୟ ସମ୍ଭାର l
କିଏ କାହିଁ ଝୁରେ 
     ହୃଦ ପାରାବାରେ 
          ସଜାଇ କେତେ ସପନ 
ଝୁରିବା ଝରିବା 
    ଖୋଜିବା ପାଇବା 
         ହିସାବଟା ଅକାରଣ l

🌺🌺🌺🌺🌺🌺🌺🌺

ସୁଜାତା ଦାସ 
ବାଲେଶ୍ୱର


Rate this content
Log in

Similar oriya poem from Romance