STORYMIRROR

SUJATA DAS

Inspirational

4  

SUJATA DAS

Inspirational

ସିଦ୍ଧାନ୍ତ ଦର୍ପଣ

ସିଦ୍ଧାନ୍ତ ଦର୍ପଣ

1 min
255


ଆମ ଜନ୍ମଭୂମି ଓଡ଼ିଶା ମାଟିର

   ସୁଯୋଗ୍ୟ ସନ୍ତାନ ସେହି

ନୟାଗଡ ଜିଲ୍ଲା ଖଣ୍ଡପଡ଼ା ଗ୍ରାମ

   ମହାନ ପବିତ୍ର ଭୂଇଁ l

ଜନମିଲେ ଶ୍ୟାମବନ୍ଧୁଙ୍କ ଔରସୁ

   ମାତା ବିଷ୍ଣୁମାଳି କୋଳେ

ଶୈଶବ କାଳରୁ ସମୟ ବିତାନ୍ତି

   ଗ୍ରହ ନକ୍ଷତ୍ରଙ୍କ ମେଳେ l

ମେଘଖଣ୍ଡ ଯେବେ ଖଣ୍ଡ ଖଣ୍ଡ ହୋଇ

   ଆକାଶ ଛାତିରେ ଖେଳେ

ଆନନ୍ଦେ ବିଭୋର ହୃଦୟ ତାଙ୍କର

  ପ୍ରଶ୍ନ ଉଙ୍କେ ମନତଳେ l

ଦଳ ଦଳ ପକ୍ଷୀ ଗଣୁଥିଲେ ବସି

   ଆନନ୍ଦରେ କୌତୁହଳେ

ଟିପି ରଖୁଥିଲେ ନିର୍ଭୁଲ ଭାବରେ

   ପୁରାତନ ଗ୍ରନ୍ଥ ମାଳେ l

ମାପି ପାରୁଥିଲେ ଦୂରତା ଓ ବେଗ

   ଗ୍ରହ ଉପଗ୍ରହ ସ୍ଥିତି 

ବାଉଁଶ ଖଣ୍ଡିଏ ସାହାଯ୍ୟରେ ପୁଣି

   ପାରୁଥିଲେ ବୃକ୍ଷ ମାପି l

ତାଳପତ୍ର ଧରି ଲେଖୁଥିଲେ ନିତି

   ସଭିଙ୍କର ଗତିବିଧି

ମାନଯନ୍ତ ଏକ ନିର୍ମାଣ କରି ସେ

   ଅସାଧ୍ୟ୍ୟ ପାରିଲେ ସାଧି l

ପୁରା ନାମ ଥିଲା ସାମନ୍ତ ଚନ୍ଦର

    ଶେଖର ସିଂହ ମହାପାତ୍ର

ପଠାଣି ସାମନ୍ତ ନାମେ ଜଣାଶୁଣା

   ଜ୍ୟୋତିଷ ସେ ଓଡିଶାର l

ପିତା ଶ୍ୟାମବନ୍ଧୁ ଜ୍ୟୋତିଷ ଶାସ୍ତ୍ର ରେ

   ଥିଲେ ଯେଣୁ ପାରଙ୍ଗମ

ତେଣୁ ତାଙ୍କ ପୁତ୍ର ଦଶ ବରଶରେ

   ଅର୍ଜିଲେ ଜ୍ୟୋତିଷ ଜ୍ଞାନ l

ମାପି ପାରିଥିଲେ ନିଜ ଘରଠାରୁ

   ଶ୍ରୀକ୍ଷେତ୍ର ଦୂରତା କେତେ

ଲକ୍ଷେ ଏକାବନ ହଜାର ଦୁଇଶହ

   ପାହୁଣ୍ଡ ତାଙ୍କରି ମତେ l

ପରାଗ ଗ୍ରହଣ କଲେ ନିରୂପଣ

   ଆଜି ବି ସେମିତି ଚାଲେ

ପରିଶ୍ରମ ନିଷ୍ଠା ସାଧନା ତପସ୍ୟା

   ବିଶ୍ୱ ବିଖ୍ୟାତ ସେ ହେଲେ l

ଯେତେ ଦିନ ଯାଏ ଥିବେ ଚନ୍ଦ୍ର ସୂର୍ଯ୍ୟ

   ମହାକାଶେ ଗତାଗତ

ଚୀର ଅମଳିନ ଶାଶ୍ୱତ ଭାସ୍ଵର

   ତାଙ୍କ ଯଶ କିର୍ତ୍ତୀ ଖ୍ୟାତ l



Rate this content
Log in

Similar oriya poem from Inspirational