STORYMIRROR

Nibash Chandra Behura

Inspirational Thriller Others

4  

Nibash Chandra Behura

Inspirational Thriller Others

କିଛି କଥା କିଛି ବ୍ୟଥା

କିଛି କଥା କିଛି ବ୍ୟଥା

1 min
162

କିଛି କିଛି କଥା  ହୃଦେ ଦିଏ ବ୍ୟଥା

   ଆଖି କୋଣୁ ଆସେ ବହି ,

ଶବ୍ଦର ଚାବୁକ ଅସହ୍ୟ ଅନେକ

  ସହେ ଯିଏ ଜାଣେ ସେହି ।


କିଛି କିଛି କଥା କୁହୁକ ପସରା

  ଖୋଲିଗଲେ ପ୍ରୀତିଧାରା,

ମନ ତଟିନୀରେ ବହେ ସେ ଉଜାଣି

  ହେମନ୍ତେ ଚଇତି ଖରା ।


କିଛି କିଛି କଥା ହଲାହଳେ ବୋଳା

  ମନ ଭାଙ୍ଗେ ଶହେ ଖଣ୍ଡ

ସମ୍ପର୍କ ଆକାଶେ କଳା ମେଘ ଛାଏ

  ବିଜୁଳି ମାରେ ପ୍ରଚଣ୍ଡ ।


କିଛି କିଛି କଥା ଆଶ୍ୱାସନେ ଭରା

  ଜଳାଏ ଆଶାର ଜ୍ୟୋତି,

ମରୁ ପ୍ରାନ୍ତେ ଶୋଷେ ବାଟ ଚାଲୁଥିଲେ

  ମେଘମାଳ ସାଜେନିତି ।


ବନ୍ଧୁକର ଗୁଳି କୋଦଣ୍ଡରୁ ତୀର

  ପଛକୁ ନଫେରେ ଯେବେ,

ବହି ଯିବା ପାଣି କହିଥିବା କଥା

  ଦୁଃଖ ଅବା ସୁଖ କେବେ ।

   


Rate this content
Log in

Similar oriya poem from Inspirational