STORYMIRROR

Nibash Chandra Behura

Inspirational Others

3  

Nibash Chandra Behura

Inspirational Others

ବିଶ୍ୱକର୍ମା

ବିଶ୍ୱକର୍ମା

1 min
1.2K

ବିଶ୍ଵ ବ୍ରହ୍ମାଣ୍ଡକୁ ଗଢ଼ିଛନ୍ତି ଯିଏ

ତାଙ୍କ ନାମ ବିଶ୍ୱକର୍ମା,

ତାଙ୍କରି ଗୁଣ କୁ ବଖାଣିବା ପାଇଁ

ଲୋଡା ଯେ ବହୁ ଉପମା ।।

ବ୍ରହ୍ମା ଯେ ତାହାଙ୍କୁ ସ୍ରୁଷ୍ଟି କରିଥିଲେ

ଜଗତର ହିତ ପାଇଁ

ତାଙ୍କରି ହାତର ବିଚିତ୍ରରଚନା

ଶ୍ରୀକ୍ଷେତ୍ର କଳା ଗୋସାଇଁ ।।

କଳା ଗୋସାଇଁ ଯେ ଉତ୍କଳର ପ୍ରାଣ

ଅଟନ୍ତି ସେ ଅଧିପତି

ତାଙ୍କ ପାଦ ତଳେ ମୋ କୋଟି ପ୍ରଣାମ

ପାଇବା ପାଇଁ ମୁକତି ।।

ରାବଣର ସ୍ଵର୍ଣ୍ଣ ଲଙ୍କା ଗଢିଥିଲେ

ନାରଦ ଙ୍କ ପାଇଁ ବୀଣା

ଦେବଶିଳ୍ପୀ ବୋଲି ସମସ୍ତେ ଜାଣନ୍ତି

କେଉଁ ଗୁଣରେ ବା ଉଣା ।।

ଦେବଙ୍କ ପାଇଁକି ପିନାକ ତ୍ରିଶୂଳ

ବିଷ୍ଣୁଙ୍କ ପାଇଁ କି ଚକ୍ର

ପୃଥିବୀ ଏମିତି ମାପି ଚୁପି କଲେ

ହୋଇଲା ସେ ପୁଣି ବକ୍ର ।।

ତିଆରି କରିଲେ ନଇ ନାଳ ଆଉ

ତା ସାଥିରେ ଗଛ ପତ୍ର

ଅନ୍ୟାୟ ବିରୋଧ କରିବା ପାଇଁ

ଖଞ୍ଜିରଖିଛନ୍ତି ଅସ୍ତ୍ର ।।

ଲଙ୍କା କୁ ଗଢିଲେ ଅଯୋଧ୍ୟା ଗଢିଲେ

ଗଢିଲେ ଦ୍ୱାରିକା ପୁରୀ

ସାରା ବ୍ରହ୍ମାଣ୍ଡରେ ଗୋଟେ କାରିଗର

ପଡୁଚି ସବୁଠି ହୁରି ।।

ଏତିକି ଗୁହାରି ମୋର ତୁମ ପାଦ ତଳେ

 ବିଶ୍ୱକୁ ବଞ୍ଚାଅ ପ୍ରଭୁ ବିପତ୍ତିର ବେଳେ



ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ

Similar oriya poem from Inspirational