Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nibash Chandra Behura

Tragedy Inspirational

3  

Nibash Chandra Behura

Tragedy Inspirational

ମୋ ଓଡିଶା ସରକାର

ମୋ ଓଡିଶା ସରକାର

1 min
245


ଅନ୍ଧ ସରକାର ଅନ୍ଧ ପ୍ରଶାସନ

ଦିଶୁନି ଅନ୍ଧାରେ ଜମା 

କହିଲେ କୁହନ୍ତି ଉନ୍ନତି ଚାଲିଛି 

ଲାଗିବନି ବିନ୍ଦୁ କମା । 


ଶାସନେ ଦୁର୍ନୀତି ବେପାରେ ଦୁର୍ନୀତି 

ଦୁର୍ନୀତି ସାରା ରାଜ୍ୟରେ 

ରାଜ୍ୟ ସରକାର କହୁଛନ୍ତି ପୁଣି 

ରାଜ୍ୟ ରହିଚି ଆଗରେ । 


ଖଣିରେ ଦୁର୍ନୀତି ପାଣିରେ ଦୁର୍ନୀତି 

ଦୁର୍ନୀତି ଖାଇବା ତେଲରେ 

କହିଲେ କୁହନ୍ତି ରାଜ୍ୟ ସରକାର 

ସବୁ ହଉଅଛି ଦିଲ୍ଲୀରେ । 


ଖଣିକୁ ଖାଇଲେ ପାଣିକୁ ଖାଇଲେ 

ଖାଇଲେ ନଦୀର ବାଲିକୁ 

ନେତାଏ କୁହନ୍ତି ମନ୍ତ୍ରୀକୁ ଅନେଇ 

କଥା ହବା ଆମେ କାଲିକୁ । 


ଓଡ଼ିଆ ପଶେନି ପାଟିରେ ତାଙ୍କର 

କୁହନ୍ତି ଇଂରାଜୀ ଭାଷା 

ସବୁ ଖାଇ ସାରି ଶେଷ କରିଦେଲେ 

ଜଙ୍ଗଲ ଜମିରେ ଆଶା । 


ପଞ୍ଚାୟତ କଥା କି କହିବି ଭାଇ 

ନ କହିବାଟା ହିଁ ଭଲ

ଯଦି କେଉଁଥିରେ ପ୍ରତିବାଦ କଲ

ଚାରିପାଞ୍ଜିରୁ ଯେ ଗଲ । 


ଇନ୍ଦିରା ଆବାସ ଘର ମିଳିବନି 

ମିଳିବ ଖଣ୍ଡିଏ ପାଲ

ତଥାପି ଦେଶରେ ସଭିଏଁ କୁହନ୍ତି 

ଓଡିଶା ଶାସନ ଭଲ । 


ରାଜ୍ୟ ସରକାର ଖରାପ ନୁହଁନ୍ତି 

ଖରାପ ରାଜ୍ୟର ଲୋକ 

ବଡ ବଡ଼ିଆଙ୍କୁ ସବୁକିଛି ମିଳେ 

ଗରିବ ପେଟରେ ଭୋକ । 



Rate this content
Log in

Similar oriya poem from Tragedy