ମାଆ କୁ ଦେଉଚି ଶେଷ ବିଦାୟ
ମାଆ କୁ ଦେଉଚି ଶେଷ ବିଦାୟ
1 min
284
ମୋର ଦେହ ଟିକେ ଖରାପ ହୋଇଲେ
କାନ୍ଦେ ଯିଏ କଇଁ କଇଁ
ସେଇ ମା ଆଜି ଜୁଇ ରେ ଶୋଇଚି
ନିଆଁ ଲଗାଉଛି ମୁହିଁ
ଜନ୍ମ ଦେଇଥିଲା ଅନ୍ତ ଫାଡ଼ି ମୋତେ
ସହି କେତେ ଦୁଖଃ କଷ୍ଟ
ସ୍ନେହ ମମତା ର ଡୋରି ଛିଣ୍ଡିଗଲା
ହୋଇଗଲା ପୋଡି ନଷ୍ଟ
କେତେ ଆଶା ପୁଣି ସିଏ କରିଥିଲା
ଦେଖିବ ମୋ ପିଲା ଛୁଆ ଙ୍କୁ
ଜାଣିଥିଲି କଣ ହୋଇବ ଏମିତି
ବାଛିନେବ ଜୁଇ ନିଆଁ କୁ
କାନ୍ଦ ମାଡେ ଯେବେ କାନ୍ଦି ପାରେ ନାହିଁ
ଭାବେ ବସି ତାର କଥା
ମା କୁ ମୋହର ନିଆଁ ଲଗାଇଲି
ଭାବିଲେ ଘୂରୁଛି ମଥା
ଏମିତି ଚାଲିଛି ଦୁନିଆ ର ରୀତି
ଚିନ୍ତିଲେ ହୁଏ ଅସ୍ଥିର
ତୁମକୁ ଭଜୁଛି ବିପତ୍ତି ର ବେଳେ
ରଖ ପ୍ରଭୁ ଚକ୍ରଧର ।
