STORYMIRROR

Nibash Chandra Behura

Others

4  

Nibash Chandra Behura

Others

ମାଆ କୁ ଦେଉଚି ଶେଷ ବିଦାୟ

ମାଆ କୁ ଦେଉଚି ଶେଷ ବିଦାୟ

1 min
292

ମୋର ଦେହ ଟିକେ ଖରାପ ହୋଇଲେ

କାନ୍ଦେ ଯିଏ କଇଁ କଇଁ

ସେଇ ମା ଆଜି ଜୁଇ ରେ ଶୋଇଚି 

ନିଆଁ ଲଗାଉଛି ମୁହିଁ

ଜନ୍ମ ଦେଇଥିଲା ଅନ୍ତ ଫାଡ଼ି ମୋତେ

ସହି କେତେ ଦୁଖଃ କଷ୍ଟ

ସ୍ନେହ ମମତା ର ଡୋରି ଛିଣ୍ଡିଗଲା

ହୋଇଗଲା ପୋଡି ନଷ୍ଟ

କେତେ ଆଶା ପୁଣି ସିଏ କରିଥିଲା

ଦେଖିବ ମୋ ପିଲା ଛୁଆ ଙ୍କୁ

ଜାଣିଥିଲି କଣ ହୋଇବ ଏମିତି

ବାଛିନେବ ଜୁଇ ନିଆଁ କୁ

କାନ୍ଦ ମାଡେ ଯେବେ କାନ୍ଦି ପାରେ ନାହିଁ

ଭାବେ ବସି ତାର କଥା

ମା କୁ ମୋହର ନିଆଁ ଲଗାଇଲି

ଭାବିଲେ ଘୂରୁଛି ମଥା

ଏମିତି ଚାଲିଛି ଦୁନିଆ ର ରୀତି 

ଚିନ୍ତିଲେ ହୁଏ ଅସ୍ଥିର 

ତୁମକୁ ଭଜୁଛି ବିପତ୍ତି ର ବେଳେ 

ରଖ ପ୍ରଭୁ ଚକ୍ରଧର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍