STORYMIRROR

Nibash Chandra Behura

Tragedy Inspirational Others

4  

Nibash Chandra Behura

Tragedy Inspirational Others

ଅକୁହା ଭାବନା

ଅକୁହା ଭାବନା

1 min
431

କିଏବା ବୁଝିବ ହୃଦୟର ଭାଷା 

କାହା ଆଗେ କହିବି ଆଉ

କିଏବା ପଢିବ ହୃଦୟର ପୋଥି 

ଦୁଃଖ ସାଗରର ଢେଉ।


ମଳିନ ପଡିଛି ସ୍ବଚ୍ଛ ହୃଦୟଟା 

ଶରୀରଟା ଭାରାକ୍ରାନ୍ତ

ମନର ଯନ୍ତ୍ରଣା ମନେ ମନେ ମାରି

ଚାଲୁଅଛି ମୁହିଁ ପଥ।


ହାରିଛି ଅନେକ ଜିତିଛି ଅନେକ 

ଅମୋଡା ଜୀବନ ପଥେ

ପାସୋରି ଯାଇଣ ଇତିହାସ ସବୁ 

ଚାଲୁଅଛି ଅବିରତେ।


ଦେଖିଛି ଅନେକ ସୁନେଲି ସ୍ବପ୍ନକୁ 

ରୂପେଲୀ ଚଷମା ସାଥେ

ସାଇତି ରଖିଛି ମିଠା ମିଠା ସ୍ମୃତି 

ମନ ଅଗଣାର ବକ୍ଷେ।


ଗାଇଛି ଅନେକ ଜୀବନ ସଙ୍ଗୀତ 

ସପ୍ତ ସ୍ବର ରାଗିଣୀରେ

ଚହଲା ମନମୋ ଯାଇଛି ଚହଲି

ଏ ଜୀବନ ଶୂନ୍ୟତାରେ।


ରକ୍ତର ସମ୍ପର୍କ ଯାଇଛି ଦୂରେଇ 

ଅଳ୍ପ କଥା କେଇଟାରେ

ସମ୍ପର୍କର ସୂତା ଛିଡିଯେ ଯାଇଛି 

ପାଖ ହେଉ ଅବା ଦୂରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy