STORYMIRROR

Bunee Tripathy

Romance

4  

Bunee Tripathy

Romance

ତୁମେ

ତୁମେ

1 min
274


ସମ୍ଭାବନା ତୁମେ ମୋ ଆଶାର

ସମ୍ଭାବନା ତୁମେ ମୋ ସ୍ବପ୍ନର

ସମ୍ଭାବନା ତୁମେ ମୋ ମନର

ସମ୍ଭାବନା ତୁମେ ମୋ ଚେତନାର।।


ତୁମେ ମୋର ଆନ୍ତସ୍ବର ମୋ ଭଲପାଇବାର

ତୁମେ ମୋର ବିଶ୍ବାସ ମୋ ଜୀବନର

ତୁମେ ମୋର ଦୀପଶିଖା ମୋ ଅର୍ଘ୍ଯଥାଳିର

ତୁମେ ମୋର ନାୟକ ମୋ ସ୍ବପ୍ନପୁରିର।।


ଯିଇଁବା ଶିଖିଲି ମୁଁ ତୁମ ପ୍ରଣୟରେ

ହସିବା ଶିଖିଲି ମୁଁ ତୁମ ବନ୍ଧନରେ

କାନ୍ଦିବା ଶିଖିଲି ମୁଁ ତୁମ ବିରହରେ

ଉଡିବା ଶିଖିଲି ମୁଁ ତୁମ ଅପେକ୍ଷାରେ।।


ଦେଖିଲି ସ୍ବପ୍ନ ମୁଁ ତୁମ ବାହୁବନ୍ଧନରେ

ଗଢିଲି ଆଶା ମୁଁ ତୁମ ପ୍ରିତୀପାଖୁଡାରେ

ରଚିଲି ନୀଡ ମୁଁ ତୁମ ସାନିଧ୍ଯରେ

ଗାଇଲି ଗୀତ ମୁଁ ତୁମ କଣ୍ଠସ୍ବରରେ।।


ତୁମେ ଭ୍ରମର ହେଲେ ମୁଁ ଅଟେ ଫୁଲକଳି

ତୁମେ ଭାସ୍କର ହେଲେ ମୁଁ ପଙ୍କଜିନୀ

ତୁମେ ଚନ୍ଦ୍ରମା ହେଲେ ମୁଁ ପରା କଇଁ

ତୁମେ କୃଷ୍ଣ ହେଲେ ମୁଁ ତୁମ ରାଇ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance