Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Romance Others

4  

Satyanarayan Sahoo

Romance Others

ସଂଗୀତ ଲହରୀ

ସଂଗୀତ ଲହରୀ

1 min
225


ଅନ୍ତର ରେ ତୋଳେ ଭାବର ହିଲ୍ଲୋଳ

ଚାରୁ ସଂଗୀତ ଲହରୀ

ଅପୂର୍ବ ଉଲ୍ଲାସେ ସୁଦିବ୍ଯ ବିଭାସେ

ଭାଷା କମ କାରିଗରୀ ।


ସ୍ବର ଲୟ ତାଳ ସାଥେ ସୁମଂଜୁଳ

ଗୁଂଫନ କୌଶଳ ମାନ

ନାନା ବାଦ୍ଯ ରବେ ଆହା କି ନୀରବେ

ସରବ ଭାବ ସ୍ପନ୍ଦନ ।


ସଂଚାରିତ ହୋଇ ସପ୍ତ ସ୍ବରେ ମୋହୀ

ନିଅଇ ପ୍ରାଣୀ ଙ୍କ ମନ

ଦେହେ ଭରେ ଶକ୍ତି  ପରାଣେ ଜାଗୂତି

ଅଭିନବ ଉଦ୍ଧୀପନ ।


ପ୍ରାଣ ରେ ଉଠଇ ଭାବର ତରଙ୍ଗ

ତରଙ୍ଗିତ କରେ ଚିତ୍ତ

ଚିତ୍ତା କାଶେ କେତେ ଚିତ୍ରାବଳି ଭାଷେ

ଶ୍ରବଣେ ଯା ଉଲ୍ଲସିତ ।


ହୂଦେ ଭରି ଦିଏ ବର୍ଣ୍ଣାଢ୍ଯ ବିଭାରେ

ବିଭୂଷାଇ ମଧୁ ମନ୍ଦ୍ରେ

ରାଗ ତାଳ ଆଦି ତା'ଉପରେ ସୂଜି

ଥାଆନ୍ତି ମଧୁର ଛନ୍ଦେ ।


ପଶୁ ପକ୍ଷୀ ତରୁ ପତଙ୍ଗମ ଠାରୁ

ସୁମଧୁର ଗୁଞ୍ଜ ରଣେ

ସଂଗୀତ ଲହରୀ ସୁଦିବ୍ଯ ଭଉଁରୀ

ଖେଳାଏ ସବୁରୀ ପ୍ରାଣେ ।


ପ୍ରଣବ ରୁ କ୍ଷରି ସଂଗୀତ ଲହରୀ

ପ୍ରକାଶେ କମ‐ ସୁଷମା

ପ୍ରତ୍ଯକ ଭାଷାର ସୁ‐ସଂଗୀତ ଭାର

ଗୁଞ୍ଜରଣ ମାଧୁରୀମା ।


ଘେନି ମୂର୍ତ୍ତି ମନ୍ତ ସୁଧୀର ସୁ‐ଶାନ୍ତ

ଦୀପ୍ତ ଚାରୁ କଳା ବଳି

ସଂଗୀତ ଲହରୀ ଅଙ୍କେ ଦିଶେ ଝଳି

ଅନାଦି କାଳରୁ ଚଳି ।


ଆସିଛି ଜଗତେ ଆହା ନାନା ମତେ

ମତୁଆଲା କରିମନ

ମନୋରମ କାନ୍ତି ବାଦ୍ଯ ନାଦେ ଦ୍ଯୁତି

ପ୍ରକାଶେ ହୁଅଇ କ୍ଷମ ।


Rate this content
Log in