STORYMIRROR

Ashok dash

Romance

4  

Ashok dash

Romance

ସ୍ମୃତିରେ ତୁମେ

ସ୍ମୃତିରେ ତୁମେ

1 min
329

ତୁମ ଚେହେରାଟା

କେତେ ଲୋଭାଣିଆ

ମୋ ମନକୁ ମୋହି ନେଲ ।


ତୁମ ଚାହାଁଣିରେ

କେତେ ମାଦକତା

ମୋ ମନରେ ବସା କଲ ।


ତୁମ ସେ ଚାଲିରେ

କି ଯାଦୁ ଥିଲାଯେ

ମୋ ନୟନେ ରହିଗଲ ।


ସବୁ ଦିନ ପାଇଁ

ମୋର ହୃଦୟରେ

ଜାଗା ତୁମେ ନେଇଗଲ ।


ତୁମ ସେ କଥାରେ

କେତେ ମଧୁରତା

ମନ୍ତ୍ର ମୁଗ୍ଧ କରି ଦେଲ ।


ତୁମ ସେ ପ୍ରେମରେ

କେତେ ପବିତ୍ରତା

ପାଉଛି ତୁମକୁ ଭଲ ।


ଭଲ ପାଇବାର

ମାନେ ଶିଖାଇଲ

ଜୀବନ ଯନ୍ତ୍ରଣା ପଥେ ।


ସବୁ ଦିନ ପାଇଁ

ଚାଲୁଅଛି ମୁହିଁ

ଧରି ତୁମ ହାତ ହାତେ ।


ଫୁଲଠୁ କୋମଳ

ତୁମରି ପରଶ

କୋକିଳ ମଧୁର ସ୍ବର ।


ଜହ୍ନର ଆଲୋକ

ପରି ଶୀତଳତା

ତୁମ ହୃଦୟର ଘର ।


ମୋ ପାଶରେ ଯେବେ

ରହିଥାଅ ତୁମେ

ସହିଯାଏ ଯନ୍ତ୍ରଣାକୁ ।


ସାନ୍ତ୍ବନାର ବାଣୀ

ସଦା ଦେଇଥାଅ

ଭୁଲିଯାଏ ସବୁ ଦୁଃଖକୁ ।


ଯେବେଠୁ ତୁମକୁ

ପାଇଲି ମୁଁ ଭଲ

ପାଗଳ ମୁଁ ହୋଇଗଲି ।


କଅଣ ଖାଉଛି

କଅଣ ପିଉଛି

କିଛି ଜାଣି ନ ପାରିଲି ।


ଯେଉଁଠି ବସିଲି

ଯେଉଠି ଶୋଇଲି

ତୁମରି କଥାମୁଁ ଭାବିଲି ।


ଗୋଟେ ଦିନ ଗୋଟେ

ବରଷ ଲାଗିଲା

ଦିନକୁ ମୁଁ ଗଣି ଚାଲିଲି ।


ଅକୁହା କଥାକୁ

କହିଥିଲ ଦିନେ

ଚୁପି କରି ମୋର କାନେ ।


ଭୁଲି ପାରୁନାହିଁ

ସେହି ଦିନ ଟିକୁ

ଆଜି ବି ଅଛି ମୋ ମନେ ।


ଆସିଥିଲ ଦିନେ

ବସନ୍ତ କୋଳରେ

ମଳୟ ସ୍ପର୍ଶତା ନେଇ ।


ଭରିଲ ପୀରତି

ମୋର ଜୀବନରେ

ବଞ୍ଚିଛି ସେ ସ୍ମୃତି ନେଇ ।


Rate this content
Log in

Similar oriya poem from Romance