STORYMIRROR

Ashok dash

Romance

3  

Ashok dash

Romance

ତୁମେ ହିଁ ତୁମେ

ତୁମେ ହିଁ ତୁମେ

1 min
179

ତୁମେ ମୋ ସ୍ୱପ୍ନ ଉଦ୍ୟାନର  

ଜୁଇ ଜାଇ ହେନା

ମୋ ମନ ଆକାଶର 

ଇନ୍ରଧନୁର ସପ୍ତ ରଙ୍ଗ

ଦୂର ଦିଗବଳୟର

ଅସ୍ତଗାମୀ ଲୋହିତ ସୂର୍ଯ୍ୟ 

ଦୂର ଦିଗନ୍ତର 

ମେଞ୍ଚାଏ ପର୍ବତମାଳା 

ତୁମେ ମୋ ତରଙ୍ଗାୟିତ

ବକ୍ଷର

ଅଗଣିତ ସ୍ପନ୍ଦନ 

ମୋ ମାନସ ପଟର

ଚାରୁଚିତ୍ର ନାୟିକା 

ତୁମେ ସୁନୀଳ ଆକାଶର 

ରୂପେଲୀ ଜହ୍ନ 

ତୁମେ ସଙ୍ଗୀତ ମୂର୍ଛନାର 

ଆଦ୍ୟ ଅନ୍ତାକ୍ଷରୀ  

ତୁମେ ସପ୍ତ ରାଗିଣୀର

ମଧୁର ସମାହାର 

ଆଉ ତୁମେ 

ଶରତ ନୀଳ ଆକାଶର 

ନୀଳ ଜହ୍ନଟିଏ 

ତୁମେ ଆକାଶରେ

ଭସା ବାଦଲର 

ଲୁଚକାଳି ଖେଳ 

ତୁମେ ଯେବେ ଆସ 

କେରାଏ ମନ୍ଦ ସମୀରରେ 

ମୋ ଓଠରେ ସୃଷ୍ଟି କର

କାହିଁ କେତେ ସ୍ମିତ ହାସ୍ୟ 

ତୁମେ ମଳୟର ସ୍ପର୍ଶ 

ତୁମେ ସୁଗନ୍ଧିତ ବାସ 

ତୁମେ କୁଆଁର ପୁନେଇଁର ଜହ୍ନ 

ତୁମେ ନୀଳ ସମ୍ମୋହନ 

ତୁମେ ମେଘମାଳ 

ତୁମେ ବର୍ଷାର ରାଗିଣୀ 

ତୁମେ ପାହାଁତିଆ ଆକାଶର 

ଉଜ୍ଜ୍ୱଳ ନକ୍ଷତ୍ର 

ଯେବେ ତୁମେ ଆସ 

ମୋର ସ୍ୱପ୍ନରେ 

କାହିଁକି କେଜାଣି 

ମୋର ଘରର ପ୍ରତିଟି 

କୋଣ ଅନୁକୋଣ 

ମହକିତ ହୋଇଯାଏ 

ରଜନୀ ଗନ୍ଧାର 

ମହ ମହ ବାସ୍ନାରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance