ମନ ପଞ୍ଜୁରୀର ଗୋରୀ
ମନ ପଞ୍ଜୁରୀର ଗୋରୀ
ହଳଦୀ ବସନ୍ତ ରଙ୍ଗ ତୋର ଗୋରୀ
କୋଇଲିର କଣ୍ଠ ସ୍ୱର
ବାଇଆ ଚଢେଇ ଘର କଲା ପରି
ମୋ ହୃଦୟେ ତୋର ଘର ।
ଚାତକ ପରିକା ଅନେଇ ରହିଛୁ
ମୋ ଆସିବା ବାଟ ଚାହିଁ
କପୋତ ପରିକା ପୋଷା ମାନି ଅଛୁ
ଡାକି ଦେଲେ ଆସୁ ତୁହି ।
ଶୁଆ ପରି ଅଟେ ଚଞ୍ଚୁଟା ତୋହର
ଚିଲ ପରି ତୋର ଆଖି
ପୋଷା ବଣି ପରି ଧାଇଁ ଆସୁ ତୁହି
ପଞ୍ଜୁରୀ ଯେ ତୋର ସାକ୍ଷୀ ।
କଜଳପାତିଆ ପରି ତୋର ଥଣ୍ଟ
ସେ ଥଣ୍ଟରେ ଖୁମ୍ପି ଦେଲୁ
ସବୁଦିନ ପାଇଁ କୋମଳ ବକ୍ଷରେ
ଦାଗ ଦେଇ ବସିଗଲୁ ।
ମାଛରଙ୍କା ଭଳି ଝାମ୍ପ ତୋର ଗୋରୀ
ମୋ ମନକୁ ଝାମ୍ପି ନେଲୁ
ମୋ ମନ ପଞ୍ଜୁରୀ ଭିତରେ ତୁ ଗୋରୀ
ସବୁ ଦିନ ରହି ଗଲୁ ।