STORYMIRROR

Ashok dash

Horror

3  

Ashok dash

Horror

ଯୁଦ୍ଧ

ଯୁଦ୍ଧ

1 min
202


କିଏବା ନ ଜାଣେ 

ଯୁଦ୍ଧର ବିଭୀଷିକା

ଆଉ ତାର ତାଣ୍ଡବ,

ଇତିହାସର 

ପୃଷ୍ଠଭୂମିକୁ 

ଓଲଟେଇ ଦେଖିଲେ,

ପାଇବା ଅନେକ ଦୃଷ୍ଟାନ୍ତ

ଦ୍ବିତୀୟ ବିଶ୍ବ ଯୁଦ୍ଧର ବିଧ୍ବଂସ 

ଜାପାନର ହିରୋସିମା ଓ ନାଗାସାକି

ତା'ର ମୁକସାକ୍ଷୀ,

ତଥାପି କାହିଁକି 

ମଣିଷ ବୁଝେନାହିଁ

ଅଡିବସେ କରିବାକୁ ଯୁଦ୍ଧ,

ମିଶାଇଲ

ଓ ରକେଟ ଲଞ୍ଚରର 

ଧୁ ଧୁ ଅଗ୍ନି ବର୍ଷା,

ବାଲେଷ୍ଟିକ 

ଓ ହାଇପରସୋନିକ୍ 

ମିଶାଇଲର ଉତକ୍ଷେପଣ,

ୠଷିଆ ୟୁକ୍ରେନ ଯୁଦ୍ଧର

କି ଭୟଙ୍କର ପରିଣତି,

ଓଃ କି ବାରୁଦ ବର୍ଷା 

ବିପୁଳ ଧନ ଜୀବନର କ୍ଷତି 

ସତେ କଣ 

ମାନବ ସଭ୍ୟତା 

ପୃଥିବୀରୁ ଲୋପ ପାଇଯିବ,

ପ୍ରକୃତିର 

ଏ ସୁନ୍ଦର ସୃଷ୍ଟିର 

ବିନାଶ ହୋଇଯିବ 

ଏମିତି ମନରେ ଅନେକ ପ୍ରଶ୍ନ,

ନିରୀହ ଜୀବନ ଗୁଡିକ 

ଟଳି ପଡନ୍ତି 

ପୋକ ମାଛି ଭଳି 

ଏମାନେଯେ କାହାର

କି କ୍ଷତି କରିଥିଲେ ?

ଏଠି ମାଆ ଥାଉ ଥାଉ 

ତାରି ଆଗରେ

ଟଳି ପଡୁଛି 

ତା'ର ନବଜାତ ଶିଶୁଟି,

ଶୂନ୍ଯ ହୋଇଯାଉଛି 

ମାଆର କୋଳଟି

ବୁଢା ବାପ ଆଗରେ 

ଭେଣ୍ଡିଆ ପୁଅଟା ଚାଲିଯାଉଛି,

ସୁନେଲି ସ୍ବପ୍ନ ଗୁଡାକ 

ଭାଙ୍ଗି ଚୁର୍ ମାର୍ ହୋଇଯାଇଛି,

ମିଶାଇଲ ଗର୍ଜନରେ 

ଛାତିରେ ଛନକା ପଶି ଯାଉଛି,

ଏ କଣ ସଭ୍ୟତାର ପରିଭାଷା ?

ଏ କଣ ବିକାଶର ମାପବିନ୍ଦୁ ?

କଣ ଦେଖିପାରୁନ

ଏ ନିରୀହ ମଣିଷର 

ଆଖିର ଲୁହକୁ ?

କଣ ଶୁଣିପାରୁନ 

ତା'ର ଆର୍ତ୍ତ ଚିତ୍କାର ?

କି ଦୋଷ କରିଥିଲେ 

ନିରୀହ ପଶୁ ପକ୍ଷୀ ମାନେ 

ଛଡାଇ ନେଉଛ 

ସେମାନଙ୍କ ଅଧିକାର,

ଟିକେ ଶାନ୍ତିରେ

ସେମାନଙ୍କୁ

ନିଶ୍ବାସ ମାରିବାକୁ ଦିଅ,

ଜିଦ ଖୋର ମଣିଷର 

ଅମାନବୀୟ ଅତ୍ୟାଚାର,

ଆତ୍ମ ରକ୍ଷା ନାମରେ 

ଅଣୁ ପରମାଣୁ 

ଅସ୍ତ୍ର ଶସ୍ତ୍ର ଠୁଳ 

ବିକାଶ ନାମରେ 

ବିନାଶକୁ ନିମନ୍ତ୍ରଣ,

ଆହ୍ବାନ କରୁଛି 

ଏହି ବିକଶିତ

ରାଷ୍ଟ୍ରଗୁଡିକୁ,

ହୋଇଯାଅ ବେଳ ଥାଉ ଥାଉ 

ସାବଧାନ,

ନଚେତ୍ ପରିଣତି ହେବ 

ଭୟଙ୍କର,

ଯେଉଁ ଅସ୍ତ୍ର ଶସ୍ତ୍ରକୁ 

ନେଇ ଗର୍ବ କରୁଛ,

ସେଗୁଡିକ ହୋଇବ 

ତୁମ ବିନାଶର କାରଣ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror