STORYMIRROR

Ashok dash

Romance

3  

Ashok dash

Romance

ସ୍ବପ୍ନର ପ୍ରହେଳିକା

ସ୍ବପ୍ନର ପ୍ରହେଳିକା

1 min
142


ସେଦିନ ହାତ ପାଆନ୍ତାରେ 

ଥିଲ ତୁମେ, 

ମୁଁ କିନ୍ତୁ ଥିଲି 

ଅନେକ ଦୂରରେ,

ଛୁଇଁବାକୁ କରିଥିଲ 

ଅନେକ ପ୍ରଚେଷ୍ଟା

ଆଖିରୁ ହଜାଇଥିଲ 

ଅନେକ ନିଦ,

ସ୍ବପ୍ନର ପ୍ରହେଳିକା ଭିତରେ 

ଅନେକ ଘୁରି ବୁଲିଥିଲ,

ପେଟର ଭୋକକୁ ବହୁତ ଥର

ପେଟରେ ମାରି

କରିଥିଲ ମୋତେ ଅପେକ୍ଷା,

ଭୁଲିଯାଇ ସବୁ 

ସାମାଜିକ ବନ୍ଧନକୁ 

ମୋତେ ପାଇବାକୁ କରିଥିଲ

ଅନେକ ଉଦ୍ୟମ,

ମୋ ପାଇଁ ସାଜିଥିଲ ପାଗଳିନୀ

ପ୍ରେମର ନିଶାରେ 

ହୋଇଯାଇଥିଲ ମତୁଆଲା,

ହୃଦୟର ଖୋଲା କାଗଜରେ 

ଲେଖିଥିଲ ପ୍ରେମିକର 

ବିରହର ଯନ୍ତ୍ରଣାକୁ,

ତୁମ ନୀଳ ସମୁଦ୍ର ଭଳି 

ସୁନୀଳ ବକ୍ଷରେ 

ସବୁଦିନ ପାଇଁ ଲେଖିଦେଇଥିଲ

ମୋର ନାମକୁ,

ଭୁଲିଯାଇଥିଲ ପିଲା ଦିନର 

ସାଙ୍ଗ ସାଥି ମାନଙ୍କୁ,

ଖୁବ୍ ଅଳ୍ପ ଦିନର ଦେଖାରେ 

କରିନେଇଥିଲ ମୋତେ 

ଖୁବ୍ ନିଜର,

ଆଉ ଗଢିଥିଲ

କଇଁ କୁମୁଦିନୀର ଗଭୀର ସମ୍ପର୍କ,

ମୋ ହୃଦୟର 

ଗଣିତକୁ

କଷିଥିଲ ଅନେକ ଥର

ଏବଂ ଶେଷରେ ପାଇଥିଲ 

ତା'ର ସଠିକ ଉତ୍ତର,

ତାହା ଆଜି ଇତିହାସ 

ହୋଇ ରହି ଯାଇଛି ସତ, 

ସେ ସ୍ମୃତି ଗୁଡାକ କିନ୍ତୁ 

ମାନସ ପଟରେ ଆଜିବି  

ରହିଛି ତାଜା ହୋଇ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance