ବୟସର ଦୋଷ
ବୟସର ଦୋଷ
ସେଦିନ ତୁମ ସହିତ
ହଠାତ୍ ଦେଖା ହୋଇଥିଲା
ଏକ ଚୁଲ୍ ଗୁଲ୍ ମୂହୁର୍ତ୍ତରେ
ଅଳ୍ପ କେତେ ପଦ
ଅନ୍ତରଙ୍ଗ ବାର୍ତ୍ତାଳାପ
ତୁମ ଶରୀରରେ
ସୃଷ୍ଟି ହେଉଥିଲା
ମୃଦୁ କମ୍ପନ
ବିଜୁଳି କନ୍ୟା ସଦୃଶ
ତୁମସେ ମଖମଲ୍ଲୀ ଚେହେରାଟା
ଝଲସି ଉଠିଥିଲା
ମୋର ଦୃଶ୍ୟପଟରେ
ତରଙ୍ଗାୟିତ
ତୁମସେ ବକ୍ଷଦେଶ
ମୋତେ କରିଦେଇଥିଲା
ମତୁଆଲା
ମାଦକତା ଭରା
ତୁମସେ ବାଙ୍କ ଚାହାଁଣିରେ
ଚୋରାଇ ଥିଲ
ମୋର ଏ ଚଗଲା ମନଟାକୁ
ପ୍ରେମିକାର ପ୍ରଥମ ସ୍ପର୍ଶ
ପାଇବାକୁ
ମୁଁ ଥିଲି ବ୍ୟଗ୍ର
ଉତ୍ତାଳ ଉର୍ମିମାଳା ସଦୃଶ
ଭିଜାଇ ଦେଇଥିଲ
ମୋର ସର୍ବାଙ୍ଗ ଶରୀରକୁ
କାହିଁକି କେଜାଣି
ଏମିତି ଲାଗିଲ
ଯେମିତିକି
ବହୁତ ଆଗରୁ
ତୁମକୁ ମୁଁ ଜାଣିଛି
ଅମାନିଆ ଝଡ ପରି
ତୁମେ ଆସିଥିଲ
ମୋ ଜୀବନେ
ଏକ ସ୍ବପ୍ନିଳ ଲଗ୍ନରେ
ଦେଇଥିଲ ଏକ
ନିର୍ଭୀକ ପ୍ରତିଶ୍ରୁତି
କିନ୍ତୁ ଏ କଣ ହେଲା ?
ଅଳ୍ପ କେତୋଟି
ବର୍ଷ ପରେ
ତୁମେ ଯେ ହେଲ ଅମାନିଆ
ସେ ଦିନର ସେ
ଦେଇଥିବା ପ୍ରତିଶ୍ରୁତି
ପାଣି ଗାର ସଦୃଶ
ଅଦୃଶ୍ୟ ହୋଇଗଲା
ମୋ ପାଇଁ ତୁମେ
ସାଜିଲ ଖଳନାୟିକା
ଭାଙ୍ଗି ଚୁର୍ ମାର୍ କରିଦେଲ
ମୋର ସୁନେଲି ସ୍ୱପ୍ନକୁ
ପାଦରେ ପାଦ ମିଳାଇ
ଶଙ୍ଖା ଓ ସିନ୍ଦୂର ଲଗାଇ
ତୁମେ ଚାଲିଗଲ
ଆଉ କାହା ସଙ୍ଗେ
ବୋଧହୁଏ ଏହା ଥିଲା
ତୁମ ବୟସର ଦୋଷ...............

