STORYMIRROR

Ashok dash

Romance

3  

Ashok dash

Romance

ବୟସର ଦୋଷ

ବୟସର ଦୋଷ

1 min
183

ସେଦିନ ତୁମ ସହିତ 

ହଠାତ୍ ଦେଖା ହୋଇଥିଲା

ଏକ ଚୁଲ୍ ଗୁଲ୍ ମୂହୁର୍ତ୍ତରେ 

ଅଳ୍ପ କେତେ ପଦ 

ଅନ୍ତରଙ୍ଗ ବାର୍ତ୍ତାଳାପ 

ତୁମ ଶରୀରରେ 

ସୃଷ୍ଟି ହେଉଥିଲା 

ମୃଦୁ କମ୍ପନ 

ବିଜୁଳି କନ୍ୟା ସଦୃଶ

ତୁମସେ ମଖମଲ୍ଲୀ ଚେହେରାଟା 

ଝଲସି ଉଠିଥିଲା

ମୋର ଦୃଶ୍ୟପଟରେ 

ତରଙ୍ଗାୟିତ 

ତୁମସେ ବକ୍ଷଦେଶ 

ମୋତେ କରିଦେଇଥିଲା

ମତୁଆଲା 

ମାଦକତା ଭରା 

ତୁମସେ ବାଙ୍କ ଚାହାଁଣିରେ 

ଚୋରାଇ ଥିଲ 

ମୋର ଏ ଚଗଲା ମନଟାକୁ 

ପ୍ରେମିକାର ପ୍ରଥମ ସ୍ପର୍ଶ 

ପାଇବାକୁ 

ମୁଁ ଥିଲି ବ୍ୟଗ୍ର 

ଉତ୍ତାଳ ଉର୍ମିମାଳା ସଦୃଶ

ଭିଜାଇ ଦେଇଥିଲ 

ମୋର ସର୍ବାଙ୍ଗ ଶରୀରକୁ 

କାହିଁକି କେଜାଣି 

ଏମିତି ଲାଗିଲ 

ଯେମିତିକି 

ବହୁତ ଆଗରୁ

ତୁମକୁ ମୁଁ ଜାଣିଛି 

ଅମାନିଆ ଝଡ ପରି

ତୁମେ ଆସିଥିଲ

ମୋ ଜୀବନେ 

ଏକ ସ୍ବପ୍ନିଳ ଲଗ୍ନରେ 

ଦେଇଥିଲ ଏକ 

ନିର୍ଭୀକ ପ୍ରତିଶ୍ରୁତି 

କିନ୍ତୁ ଏ କଣ ହେଲା ?

ଅଳ୍ପ କେତୋଟି 

ବର୍ଷ ପରେ

ତୁମେ ଯେ ହେଲ ଅମାନିଆ 

ସେ ଦିନର ସେ 

ଦେଇଥିବା ପ୍ରତିଶ୍ରୁତି 

ପାଣି ଗାର ସଦୃଶ

ଅଦୃଶ୍ୟ ହୋଇଗଲା 

ମୋ ପାଇଁ ତୁମେ 

ସାଜିଲ ଖଳନାୟିକା 

ଭାଙ୍ଗି ଚୁର୍ ମାର୍ କରିଦେଲ

ମୋର ସୁନେଲି ସ୍ୱପ୍ନକୁ 

ପାଦରେ ପାଦ ମିଳାଇ

ଶଙ୍ଖା ଓ ସିନ୍ଦୂର ଲଗାଇ

ତୁମେ ଚାଲିଗଲ 

ଆଉ କାହା ସଙ୍ଗେ 

ବୋଧହୁଏ ଏହା ଥିଲା 

ତୁମ ବୟସର ଦୋଷ...............



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance