STORYMIRROR

Ashok dash

Others

3  

Ashok dash

Others

ଲୁଚକାଳି ଖେଳ

ଲୁଚକାଳି ଖେଳ

1 min
198

ମନରେ

ଅସୁମାରି ଆଶା 

ଆଖିରେ 

ଅସରନ୍ତି ସ୍ୱପ୍ନ 

ଅଙ୍ଗୀକାରବଦ୍ଧ

ଛୁଇଁବାକୁ ଆକାଶର

ରୂପେଲୀ ଜହ୍ନକୁ  

ଭିଜା ଭିଜା 

ସ୍ମୃତି ଗୁଡାକ ଲମ୍ପ ମାରନ୍ତି

ଆମ ଗାଁ ମୁଣ୍ଡ 

ଶ୍ମଶାନର

ନିଛାଟିଆ ରାସ୍ତାରେ 

ଅମା ଅନ୍ଧକାରେ 

ଶୁଣିଛି 

କେତେ କେଁ କଟର ଶବ୍ଦ 

ହୃତପିଣ୍ଡର 

ସ୍ପନ୍ଦନଯେ 

କେତେଥର ବଢିଯାଇଛି 

ନଦୀ ଆରପାରେ 

ନିସ୍ତବ୍ଧ ରାତିରେ

ଫେରଣ୍ଡାର ଆର୍ତ୍ତ ଚିତ୍କାର 

ଝାଉଁ ବଣର 

ସୁ ସୁ ଗର୍ଜନ 

ରାତ୍ରିଚର ଜୀବ ଗୁଡିକର 

ପ୍ରକୃତି ସହିତ 

ନିବିଡ ସମ୍ପର୍କ 

ସବୁଯେମିତି 

ବାରିହୋଇପଡେ

ଏକ ନୀରବ ନିଛାଟିଆ 

ଲଗ୍ନରେ 

ମନ ଭିତରେ ସୃଷ୍ଟି କରେ

କାହିଁ କେତେ 

ଆଲୋଡନ 

ଅନ୍ଧକାର ବୁକୁଚିରି 

ଆଖି ବୁଜି 

ଦେଖିଛି କେତେ ସ୍ୱପ୍ନ 

ନିର୍ଭୀକ ଚିତ୍ତରେ 

ଏ ରାତ୍ରିକୁ 

ପଚାରିଛି କେତେ ପ୍ରଶ୍ନ 

ସେ ସବୁର ସମାଧାନ 

କରିବାକୁ ଯାଇ 

କାହିଁ କେତେ ଝୁଣ୍ଟିଛି 

ସୁଖ ଦୁଃଖକୁ ନେଇ 

ଜୀବନର ସମାହାର

ଯେମିତିକି 

ଅନ୍ଧାର ଆଲୁଅର 

ଲୁଚକାଳି ଖେଳ....................



Rate this content
Log in