STORYMIRROR

Ashok dash

Romance

3  

Ashok dash

Romance

ଶେଷ ଠିକଣା

ଶେଷ ଠିକଣା

1 min
190

 ଜହ୍ନକୁ ମାଗିଲି ଜୋଛନାରୁ ଟିକେ  

 ଲୁଚିଗଲା ଜହ୍ନ ବାଦଲ ତଳେ।  

 ନିଦକୁ ମାଗିଲି ଆଞ୍ଜୁଳାଏ ସ୍ୱପ୍ନ  

 ନିଦ ହଜିଗଲା ରାତ୍ରିର କୋଳେ।।  


 ପ୍ରିୟାକୁ ମାଗିଲି ପ୍ରେମ କାଣିଞ୍ଚାଏ  

 ଲାଜେଇ ଗଲାମୋ ଫୁଲେଇ ରାଣୀ।  

 ଗୋଲାପି ଅଧରେ କହିଲାନି କିଛି  

 ଆଖିରେ ଆଖିରେ ଦେଲା ସେ ହାଣି।।  


 ଭିଜା ଶ୍ରାବଣରେ ଭିଜିଲା ଅନେକ  

 ଭିଜାଇ ଦେଲାସେ ବହୁତ ମୋତେ।  

 ତଥାପି ମୁଁ ତାକୁ ରଖିଛି ସାଇତି  

 ହୃଦୟର ଏହି ଚହଲା ବକ୍ଷେ।।  


 କହିଲା ବସନ୍ତ ମୋତେ ଆସିବାକୁ  

 ମଳୟକୁ ଶୀଘ୍ର ସଙ୍ଗରେ ନେଇ।  

 ଶୀତ ପ୍ରକୋପରେ ବସନ୍ତ ଲୁଚିଲା  

 ଦୂର ଦିଗବଳୟ କୋଳରେ ଯାଇ। । 

 

 ଭିଜା ଭିଜା ମନ ଭିଜା ଭିଜା ତନ  

 ଭିଜା ଭିଜା ମୋର ମନ ଅଗଣା।  

 ରଜନୀ ଗନ୍ଧାର ମହ ମହ ବାସ୍ନା  

 ଗୋଲାପ ଶେଯ ମୋ ଶେଷ ଠିକଣା।।  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance