STORYMIRROR

SANJAYA KUMAR BEHERA

Romance Others

3  

SANJAYA KUMAR BEHERA

Romance Others

ନିସ୍ତେଜ ନାବିକ

ନିସ୍ତେଜ ନାବିକ

2 mins
209

ମୁଁ ବୁଲୁଚି ,କାତ ଆହୁଲା ନାବଧରି

ଗ୍ରହ ନକ୍ଷେତ୍ର ତାରା ଆଉ 

ଟାଙ୍ଗରା ମରୁଭୂମି ।

ମୁଁ ବୁଲୁଚି 

ଇନ୍ଦ୍ରଧନୁର ସାତରଙ୍ଗ 

ଜାଇ ଯୁଇ ହେନା ଆଦିଫୁଲଙ୍କ ସହର

ଷଡଋତୁ ତମାମ ବର୍ଷର ।

ପାଇବର ଆଶା ନେଇ

ମୁଁ ଖୋଜୁଚି  ,ଗୋଟିଏ ବିନ୍ଦୁକୁ

କେଉଁଠି ରହିଛି ସେ ବିନ୍ଦୁ .

ଶହସ୍ର ପୃଥିବୀ ଡେଇଁଗଲା ପରେ,

ଶତଶହସ୍ର ସାଗର ପାରହେଲା ପରେ,

ଖୋଜିବାର ମଧ୍ୟାନ୍ତରେ -

ଏକଶରୀର ,ନାରୀର ଶରୀର ,

ଲଙ୍ଗଳା ଶରୀର ,ଯେଉଁଠାରେ ଦଣ୍ଡାୟମାନ ଲିଙ୍ଗ ଖାଲି ଲିଙ୍ଗ,

ଶତ ଶହସ୍ର ଲିଙ୍ଗ,

ଉଷ୍ମ ପ୍ରଶ୍ରବଣେ ସ୍ନାନ କରେ 

ତା'ପରେ - ନାବ ମୋର ମାନେନା ଆହୁଲା

ଝିଲ୍ ମିଲ୍ ଆଲୋକର ଅନ୍ଧ ଇଲାକାରେ 

ବନ୍ଦି ,ଏକାଧିକ ମାଂସାଳ ପଥର 

ଯେଉଁଥିରେ,

ନଦୀ ପ୍ରବାହ ପାଇଁ ସମୟ ଲୋଡୁଚି ।

ତା'ପରେ-

ଆଉଏକ ଅନ୍ଧାର ଭିତରେ

କଳା ଆଲୁଅର ଛାଇ 

ସେ ଛାଇରେ ଅଭକ୍ଷ୍ୟ ତୃଣମାନେ 

କରନ୍ତି ତପସ୍ୟା 

ଭେଟିବାକୁ ,ଯୁଦ୍ଧକରିବାକୁ 

ଆଲିଙ୍ଗନ କରିବାକୁ ,ବିଶ୍ରାମ ଦେବାକୁ 

ଅନେକଗୁଡ଼ିଏ ଅଭକ୍ଷ୍ୟ ତୃଣମାନଙ୍କୁ 

ତା'ପରେ ନାବରେ ମୋର ଲହଡା ଭାଙ୍ଗେ ଉଷ୍ମ ତୃଷାର ଖଣ୍ଡ 

କେଉଁଠୁ ଭାସିଆସେ ଏ ତୃଷାର ଖଣ୍ଡ 

ଜାଣିବାର ଇଛାନେଇ ମୁଁ ପଶିଯାଏ 

ଉଷ୍ମତୃଷାର ଉତ୍ପତି ସ୍ଥଳକୁ ।

ଯେଉଁଠାରେ ମହାସମର ଲାଗିରହିଛି 

କେଉଁ ଅଜଣା ଖିଷ୍ଟାବ୍ଦରୁ,

ଯେଉଁଠାରେ ତରବାରୀ ନିମ୍ନମୁଖି ,

ଖିନ୍ ଭିନ୍ କରିଦିଏ 

ମୋ ଦେହର ,ରୂପରଙ୍ଗ ଚେହେରା 

କାତ ଆହୁଲା ନାବ ମୋର ବୁଡିଯାଏ 

ଯମାରୁ ପାଣିନଥିବା ସାଗରରେ ।

ପଡିରହେ ନିସ୍ତେଜ ଶରୀର ,

ପବନକୁ ନଛୁଇଁବା ଶବ୍ଦରେ

ଅଟ୍ଟହାସ୍ୟ କରୁଥାଏ ସେ 

ଉଷ୍ମତୃଷାର ଖଣ୍ଡ"ଦେଖଦେଖ 

ନିସ୍ତେଜ ନାବିକ 

ନିସ୍ତେଜ ନାବିକ

ନିସ୍ତେଜ ନାବିକ"।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance