Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Panchanan Jena

Romance

3  

Panchanan Jena

Romance

ଆଖି କଥା କହେ

ଆଖି କଥା କହେ

2 mins
192



ବେଳେବେଳେ ଆଖି କଥା କହେ

ଖୁବ୍ ମିଠା କୈତୁକିଆ କହେ

କୁହୁକ ମିଶେଇ ଚୁପ୍ ଚାପ୍ କହେ

ନରମ ରସଗୋଲା ପରି ବହେ

ମନ ମତାଣିଆ ରସାଣିଆ ଶୋହେ 

ଆଖି ଇଶାରାରେ ମିଳିଯାଏ ଇପ୍ସିତ ଉତ୍ତର 

ଆଖି ପଲକରେ ଧରା ଦିଏ ଗୁପ୍ତଧନ ମଧୁର

ଆଖି ଝଲକରେ ମୁଠି ହୁଏ ମୂହୁର୍ତ୍ତ ଖୁସିର

ଆଖି ମିଳନରେ ପ୍ରେମପଥ ଆଲୋକ ନିର୍ଝର

ଯୌବନର ଯତୁଗୃହେ ଶୁପ୍ତ 

ରୁଦ୍ଧଦ୍ଵାର ଖୋଲିଯାଏ ଶହେ ।


ମୋ ସାଙ୍ଗମାନେ କହୁଥିଲେ 

ଖିଲି ଖିଲି ହସୁଥିଲେ

ବାଣୀବିହାର କ୍ୟାମ୍ପସ୍‌ ରେ

  ବିଭିନ୍ନ ବିଭାଗ ବାରଣ୍ଡାରେ 

 ଗ୍ଲାସ୍‌ କ୍ୟାଣ୍ଟିନ୍‌ ଗୋଲ ଟେବୁଲ୍‌ ବୈଠକରେ

କଫି ହାଉସରେ ସିଗାରେଟ୍ ଧୁଆଁରେ

ଗୋପବନ୍ଧୁ ଛାତ୍ରାବାସ ଆଗରେ

ପରିଜା ପାଠାଗାର ପଠନ କକ୍ଷରେ

କୃଷ୍ଣଚୂଡ଼ାର ସାତରଙ୍ଗୀ ସାମିଆନା ତଳେ

ସଂଧ୍ୟା ମଉଜ ମଜଲିସରେ 

ତାଳପଦେଶ୍ୱରୀ ରାସ୍ତା ପାର୍ଶ୍ଵରେ

ପାଣି ଟାଙ୍କି ତଳେ 

ଆକାଶିଆ ତରୁ ଗହଳ କୁଞ୍ଜ ମୂଳେ 

ମୁରୁକେଇ ଆଖି ମଶାଲରେ ।


ମୋ କାନକୁ ବିଶ୍ଵାସ ହେଲାନି

ପାଟି ପରା କଥା କହେ

ଜିଭ ଲେଭଟିଲେ ଗଳ ଗଳ ଅନର୍ଗଳ

ଅସରନ୍ତି ଆଇମା' କାହାଣୀ ବହେ

ଡାହା ମିଛୁଆ ଦଳ

ଆମ ଆଗରେ ପବନ କରୁଛନ୍ତି

ଭାବି ଆମକୁ ମଫସଲି ଅନାଡ଼ି କଳ ।


ମନ ଦୋଛକିରେ ଅଣଚାଷ 

ଅତୁଆ ସୂତା ଫସିଲା ଅବଶୋଷ

ସତ କେଉଁଟା ?

ପାଟି ନା ଆଖି କଥା କହେ 

ଦେଖିବି ପରଖିବି 

ବିଜ୍ଞାନ ଯୁଗର ବୀର ପୁଙ୍ଗବ

 ଆଇନା ଆଗରେ ପରୀକ୍ଷା ନୀରିକ୍ଷା

 ଶେଷ ହେବ ହିଁ ହେବ ।


ହାଏ ରେ ଭଗବାନ !

ମିଛ ମନ୍ତ୍ର ଫୁଙ୍କି ବାୟା କଲଣି

କେତେ ରାତି କେତେ ଦିନ 

ମାୟା ଅଞ୍ଜନ ଲଗେଇ 

ଯୌବନ ଜିଜ୍ଞାସାର ଅଭିସାର

ମଞ୍ଜ ଥରେଇ ଦେଲଣି. ।


ଆଇନା କ'ଣ ମିଛ କହେ ହୋ ?

ତୁମ ତୁଣ୍ଡରେ ପୋକ ପଡ଼ୁରେ ସଲ

ତିନି ତୁଣ୍ଡରେ ଛେଳି କୁକୁର କଲେ

କିରି କିରି ଘିରି ଘିରି ବୁଲେଇଦେଲେ

ମଧୁର ମିଥ୍ୟାରେ ମାୟା ମିଶ୍ରଣ କଲେ ହୋ ।


ସମୟ ଗଡିଲା ବଢିଲା କ୍ୟାମ୍ପସ୍ ରେ

ବୈଶାଖ ବର୍ଷା ଶରତ

ନିର୍ମଳ ଆକାଶ ତଳେ ଆଶ୍ରିତ 

କପୋତ-କପୋତୀ ଯୋଡି ଆତଯାତ

ପ୍ରେମ ବୟାର ବହୁଥାଏ ଅନବରତ

ହେମନ୍ତ ଶୀତ ବସନ୍ତ ବେଳକୁ

ହାତରେ ହାତ ଛନ୍ଧି

ବାହୁ ପାଶରେ ବାନ୍ଧି

ନିରୋଳାରେ ଗାଇଲେ ମୀଳନ ଗୀତ ।


ଋତୁରାଜର ରାଜତ୍ଵ ଅତ୍ର ତତ୍ର ସର୍ବତ୍ର

ପବନ ବି ମତୁଆଲା

ତରୁ ତୃଣବି କଅଁଳ ପତ୍ର ଗହଳେ 

ଶୁଶୁରି ମାରୁଛନ୍ତି ଖୁସି ଆହୁଲା 

ଛବିଳ ମଧୁ ଆସର ରାସ ସମ୍ଭାର

ମଦନ-ମତ୍ତ ଯୌବନ ମଦମତ୍ତ ପାଲା ।


ବିଫଳ -ସଫଳ ଅଙ୍କକଷା ଭାଗଫଳ

ପ୍ରୀତି କାଙ୍ଗାଳ ଦଳ ଦଳ

ଏକ ତରଫା ପ୍ରେମରେ କେଇ ଶହ

ବିନିଦ୍ର ରଜନୀ କୋଳେ ଆତୁଳ ବାତୁଳ

ତକିଆ କୁଣ୍ଢେଇ ଘନ ଘନ ତୁର୍ଯ୍ୟନାଦ

କେଁ କଟର ଶବ୍ଦରେ ପ୍ରକମ୍ପିତ ଖଟମୂଳ

ବାରମ୍ଵାର ଧୋଆ ଧୋଇ 

ଖରାବେଳେ ମାରି ହାଇ 

ବ୍ରଣ ଉଠନ୍ତି ସାଇଁ ପାଇଁ ବଦନ ମଣ୍ଡଳ ।


ଅସୁୟା ଘୁଣାରେ କେତେ ଦୁଃସ୍ଥ ଶରଣାର୍ଥୀ

କମେଣ୍ଟ ମାରନ୍ତି ବସି ହସି 

ଚୁଗୁଲି କରନ୍ତି ପାଖେ ଘସି

ମେଳିରେ ବସନ୍ତି ଅବେଳେ ଆସି

ଗହଳି କରନ୍ତି ସଂସ୍କୃତ ବଦନ୍ତି

ଖଟିରେ ଡିମାଣ୍ଡ ଭାରି ଖାଣ୍ଟି ଗୁଆଘିଅ

ମୌକା ମିଳିଲାନି ସିନା

 ଚେଷ୍ଟାରେ ନିସ୍ତାର ନାହିଁ ପୁଅସୁନା

ଫାସ ବସେଇଛି ସୁନା ଇଲିସି ଧରିବ

ତୋ ମା' ମରୁକିନା 

ଶୁଖୁଆ ସ୍ଵାସ୍ଥ୍ୟରେ ସୁବର୍ଣ୍ଣ ଦୁହିତା 

ହା ! ହା ! ହା ! ହଟ୍ଟଗୋଳ ସାଲିସି ।


ମହୁଲି ନିଶା ଘାରିଲା ଧିରେ ଧିରେ

କଆକୁହା ଆଖିର ସନ୍ଧାନରେ

ମିସ୍ ନାହିଁ କ୍ଲାସ୍‌

ଦଶଟା ବେଳକୁ ଟୋକା ପୂରା 

 ଚଇନି ଚିକ୍କଣ ସାବାସ୍

କଢ଼ା ଆଇରନ୍ ଦିଆ ପ୍ୟାଣ୍ଟ ସାର୍ଟ

ପାଦରେ ଫୁଲ ସୁଜ୍‌

ଆଖିରେ ଗୋଲ ଚଷମା

ପ୍ରଜାପତି ସନ୍ଧାନରେ ବାହାରିଲେ ବିନ୍ଦାସ୍‌ 

ଖାଣ୍ଟି ହିରୋ ଲିବାସ୍ ।


କଥାରେ କହନ୍ତି ଚେଷ୍ଟାରେ ଜିଣିହୁଏ

ମନର ଭନ୍ଦ୍ରଧନୁ

ଅନ୍ଧାର ହଟେଇ ହୁଏ ଜାଗର ଜାଳି

ଅମାବାସ୍ୟା ପୁଷ୍ପବନୁ

ଆଖିର ସଂଗୁପ୍ତ ଭାଷାବି ପଢିହୁଏ

ହୃଦୟ ଅଭିଧାନୁ

ଲାଜୁରା ଚାହାଣୀବି କହିଦିଏ

କାହାଣୀ ମନୁମନୁ 


ଆଜି ଯଭବନ ଛୁଉଁଲାଣି ଚଉବନ

ଉଦ୍ଦୀପନା କମିନି ବି ରତିଏ

ଆଜି ବି ଭେଟ ହେଲେ

ଗୋବିନ୍ଦ ସାହୁ ମାର୍କେଟରେ

ସ୍ମୃତିରେ ସାଇତା ପେଡି

କଡ଼ ଲେଉଟାଏ ଭାଙ୍ଗି ମୋଡି

 ପୁଣି ଖଟି ଜମିଯାଏ 

ସେହି ଗୋଟିଏ ପ୍ରସଙ୍ଗ

ବେଳେ ବେଳେ ଆଖି କଥା କହେ

ଖୁବ୍ ମିଠା କୈତୁକିଆ କହେ -

ଇନା ମୀନା ତିକାର---- ---

ହା - ହା- ହା - ର ଉତ୍ସବ ବହେ ।


Rate this content
Log in

Similar oriya poem from Romance