STORYMIRROR

Ashok dash

Others

3  

Ashok dash

Others

ଆସୁଛି ରଜ

ଆସୁଛି ରଜ

1 min
146


ଆଗକୁ ଆସୁଛି ରଜ

ସମସ୍ତେ ଚଳ ଚଞ୍ଚଳ,

ସାରା ଓଡିଶା ହେବ 

ଉତ୍ସବ ମୁଖରିତ,

ନୂତନ ବସ୍ତ୍ର 

ପରିଧାନ ପୂର୍ବକ

ଖୁସିରେ ସମସ୍ତେ ହୋଇବେ 

ମସଗୁଲ,

ଭୁଲିଯାଇ ସମସ୍ତ ଭେଦଭାବ 

ଆବାଳ ବୃଦ୍ଧ ବନିତା

ଏହି ନିଆରା ପର୍ବକୁ 

ପାଳନ କରିବେ 

ଆନନ୍ଦରେ,

ଓଡିଶାର ପୁରପଲ୍ଲୀ ହୋଇଯିବ 

ଉଲ୍ଲସିତ,

ବିଭିନ୍ନ ପ୍ରକାର ପିଠାପଣାର

ବାସନାରେ ମହକିତ ହେବ

ଘରର ଅଗଣା,

ରଜ ଦୋଳିରେ 

ଝିଅ ବୋହୂମାନେ

ଝୁଲି ହୋଇବେ ଆନନ୍ଦିତ,

ପୁରୁଷମାନେ 

ସମସ୍ତ କାମ ଧନ୍ଦା ଛାଡି 

ଖେଳିବେ 

କବାଡି,ପଶା ଆଉ ତାସ୍,

ଝିଅ ବୋହୂମାନେ 

ସକଳ କାମଧନ୍ଦା ଛାଡି 

ଘର ଘର ବୁଲି 

ରଜ ପାନ ଖାଇ 

ରଜ ପର୍ବକୁ 

କରିବେ ଉପଭୋଗ,

ଖେଳିବେ ଲୁଡୁ,

ଏବେ କିନ୍ତୁ ଆଗଭଳି 

ଲାଗୁନାହିଁ ରଜ ଦୋଳି,

ନାହିଁ ଆଉ ପୂର୍ବ ପରି 

ବଡ ବଡ ଗଛ ସବୁ

ଦୋଳି ଲାଗିବା ପାଇଁ,

ଏହି ସମୟରେ 

ପ୍ରକୃତି ରାଣୀ 

ଅପରୂପ ସୌନ୍ଦର୍ଯ୍ୟରେ 

ନିଜକୁ ଥାଏ ସଜେଇ,

ଆକାଶରେ ଚୁନା ଚୁନା ବାଦଲ 

ସବୁଜ ତରୁଣିମା

ସୃଷ୍ଟି କରେ ନୂତନ 

ଉନ୍ମାଦନା,

ଗ୍ରୀଷ୍ମ କାଳର 

ଅନ୍ତ ଘଟାଇ 

ବରଷା ରାଣୀ 

ଉଣ୍ଡି ବସିଥାଏ 

ଧସେଇ ପଶିବାକୁ,

ବିଚିତ୍ର ସୃଷ୍ଟିର 

ବିଚିତ୍ର ପରମ୍ପରା 

ଏହି ରଜ ପର୍ବ,

ସମୟର ସ୍ରୋତରେ ବଦଳି ଯାଇଛି 

ଏହି ପରମ୍ପରାର

ରୀତି ନିତି,

କିନ୍ତୁ,ଏହାର ସ୍ମୃତି 

ଏବେବି ତାଜା ହୋଇ ରହିଛି 

ମାନସ ପଟ୍ଟରେ,

ବାସ୍ତବିକ ଏହି ରଜ ପର୍ବର 

ଅନୁଭୂତି 

ବଡ ନିଆରା ଓ ଆନନ୍ଦ ଦାୟକ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍