STORYMIRROR

Ashok dash

Others

3  

Ashok dash

Others

ମୋ "ମାଆ"

ମୋ "ମାଆ"

1 min
119

ଦଶ ମାସ ତୁହି ପେଟରେ ଧରିଲୁ

ଦଶ ବର୍ଷ ପୁଣି କୋଳରେ ଧରିଲୁ

ନିଜ ପେଟମାରି ଆମକୁ ଖୋଇଲୁ 

ତୁହି ଅଟୁ "ସେନେହମୟୀ" ମୋ ମାଆ।


ମନର ଯନ୍ତ୍ରଣା ମନରେ ମାରିଲୁ

ଛାତିର କୋହଟା ଛାତିରେ ଚାପିଲୁ 

ଆତ୍ମବଳି ଦେଲୁ ସନ୍ତାନଙ୍କ ପାଇଁ 

ତୁହି ଅଟୁ "ମମତାମୟୀ" ମୋ ମାଆ।


ରାତି ରାତି ତୁହି ଜାଗ୍ରତ ରହିଲୁ 

ଆଖିର ନିଦକୁ ଆଖିରେ ମାରିଲୁ 

ନିଜେ ଫଟା ପିନ୍ଧି ଭଲ ପିନ୍ଧାଇଲୁ 

ତୁହି ଅଟୁ "କରୁଣାମୟୀ" ମୋ ମାଆ। 


ଈଶ୍ବରଙ୍କ ପାଖେ ମାନସିକ କଲୁ

ମନର କଥାକୁ ତୁ ଏକା ବୁଝିଲୁ

ଦୁଃଖ ଯନ୍ତ୍ରଣାକୁ ସବୁ ସହିନେଲୁ 

ଛାତିକୁ ପଥର ଆମ ପାଇଁ କଲୁ

ତୁହି ଅଟୁ "ଚିରବନ୍ଦନୀୟା" ମୋ ମାଆ। 


ମିଠା କଥା କହି ସଭିଙ୍କୁ ତୋଷିଲୁ 

ସେନେହ ଡୋରିରେ ସଭିଙ୍କୁ ବାନ୍ଧିଲୁ

ଘାତ ପ୍ରତିଘାତ କେତେଯେ ସହିଲୁ

ତୁହି ଅଟୁ "ପ୍ରାତଃସ୍ମରଣିଆ" ମୋ ମାଆ।


ମୋ ମାଆ ପରି ଆଉ କିଏବା ହେବ 

ମୋ ମାଆର ମମତା କିଏ ବୁଝିବ

କିଏ ଅବା ତା'ର ଋଣ ଶୁଝିବ 

ତୁହି ଅଟୁ ମୋ "କୃପାମୟୀ" ମାଆ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍