STORYMIRROR

Panchanan Jena

Romance

3  

Panchanan Jena

Romance

ଅଇଁଠାଖିଆ

ଅଇଁଠାଖିଆ

2 mins
187

.


ମୋତେ ଦେଲୁ ତୋ ଅଉଁଠା ପାନରୁ ଟିକେ

ତୋ କଳରେ ଯାକିଥିବା ଖିଲିପାନରୁ ଚେକେ

ତୋ ଧୂଳିଗୁଣ୍ଡି ଚେମନ୍ ମିଶା

ତୋ ବାଡି ସପରକେଚୁ ଶିଶା

ଭଜା ପାନ ମହୁରି ଓ ଧଣିଆ 

ନଳ ପାଖ ଗଛର ଡାମୁକା ଗୁଆ

ଭାଦୁଆ ଡିହ ପାନ ବରଜ

 କଣ୍ଠାଳି ପାନ ପତର

ଚମ୍ପା ରଙ୍ଗିଆ ଆଙ୍ଗୁଳି ଲଗା ଚୂନର ଗାର

ଦେଭନୁ ବେ 

ତୋ ଅଉଁଠାଖିଆ ହୋଇ

ରହିଯିବି ଜୀବନ ତମାମ୍ ତୋର ।


ମୁରୁକି ହସୁଥା କିରି କିରି

ଶବ୍ଦ ଶୁଭୁନି କିନ୍ତୁ ବେଶି ଦାଦାଗିରି

ସ୍କୁଲ ବେଳେ ତ କେତେ ଥର ଦେଇଛୁ

ଗଣି ହେବ ନି 

ଆଜି କାହିଁକି ସରମୁଛୁ ଲୋ ସହରୀ ।


ତୁ ତ ଜାଣୁ ମୁଁ ପାନ ଖାଏନା

ନିଶା ପାଣିର ନାଁ ଧରେନା

କିନ୍ତୁ ତୋତେ ଦେଖିଲେ

ତୋର ସାମ୍ନାସାମ୍ନୀ ହେଲେ

ବାହାଘର ଭୋଜିରେ 

ଦୁର୍ଗାପୂଜା ମେଳା ପାର୍ବଣରେ

ଜଗନ୍ନାଥଙ୍କ ଚବିଶ ବେଶ ଯାନିଯାତ୍ରାରେ

ଅପେରା ପଡ଼ିଆରେ

କୈଳାସ ନୂଆ ଗୃହ ପ୍ରବେଶରେ 

ତୋ ପାଣିପୁରି ପରି ଫୁଲକା ଗାଲ ଦେଖିଲେ

ତୋ ରଙ୍ଗା ଅମୃତ ଓଠ ଘଟ ଦିଶିଲେ

ସୁପ୍ତ ପାନଖିଆ ନିଶା ମୋର 

କୁମ୍ଭକର୍ଣ୍ଣିଆ ଅଭ୍ୟାସ ଟା ମୋର

ଜାପାନୀ ତେଲ ମିଳିଗଲା ନ୍ୟାୟରେ

ଝାଡିଝୁଡ଼ି ଚେଉଁ ଉଠେ

ଅଧା ଚୋବା ଅଇଁଠା ପାନ ତୋ ପାଟିରୁ

ଖାଇବାକୁ ଲାଳସା ଜାଗିଉଠେ 

କାହିଁକି କେଜାଣି

ମୁଁ ବି ବୁଝି ପାରେନା ?


ବୟସର ଅସ୍ତାଚଳେ ମୁଁ ବି ତୁ ବି

ମୁଁ ଗାଁ ମନସ୍କ ହେଲି ଜାଣିଥିବୁ

ମଥାରେ ନାହିଁ ବାବୁରି ବାଳରୁ ହଳେ

ପାଚି ସବୁ ଝୁଟ ପରି 

ପବନରେ ଓଡ଼ିବାକୁ ବି ନାହିଁ ଟେଳେ

କିନ୍ତୁ ତୁ ଯେଉଁ ନିଶା ଶିଖେଇ ଥିଲୁ

ପଞ୍ଚମରେ

ଛାଡି ପାରୁନି ଯମା ମଥା ଚୁଉଁଛିରେ ।


ତୁ ଯାହା ବି ଭାବୁଛୁ ଭାବ୍

ତୋ ସ୍ୱାମୀଙ୍କୁ ନାହିଁ ପରବାୟ

ତୋ ବଂଧୁ ପରିଜନ ମାନଙ୍କୁ ଦେଇ ଦେଇଛି ବାଦ୍‌

ତୁ ତ ମୋତେ ଚୁପାଚୁପି ପାନ ଦେଇ

ଅଇଁଠା ବିଡିଆ ପାନରୁ

କଡ଼ା ଜର୍ଦ୍ଦ। ଖୁଏଇ

ମୋତେ କରି ବେଲୁ

ପକ୍କା ନିଶାଖୋର ଓଲିଆ ।


ଆଜି କାହିଁକି ପ୍ରହସନ

ନାଟକୀୟ ନୀରବତା

ଧନୀ ଘରର ବୋହୁ ବୋଲି

ଚୁମ୍ବକୀୟ କୃତ୍ରିମତା 

ଭୁବନେଶ୍ୱର ନାଗରୀ ବୋଲି 

ପାଷାଣୀୟ ମଗ୍ନତା ସ୍ଥାଣୁତା ।


ଗୋଟିଏ ସର୍ତ୍ତରେ 

ମୋ ଅଇଁଠାଖିଆ ନିଶା ଛାଡିବ

କଥା ତୋ ପାଖରେ

ଶିଖେଇ ଥିଲୁ ତୁ

ଛଡ଼େଇବୁ ବି ତୁ

ମୋ ଆଗକୁ ତୁ ଆଉ ଆସିବୁନି

ପାନ ଖିଆ ଠାକୁରାଣୀ ଚେହେରା ନେଇ

ରକ୍ତ ଯବା ନାଲି ରଙ୍ଗିଲା ଅଧର ନେଇ

ତୋ ସହିତ ଭେଟ ନ ହେଲେ

ନିଶ ଫିସା ସବୁ ଗାୟବ୍ ।


କିନ୍ତୁ ରହିଲା ରାଣ

ଆଗରେ ଦିଶିଗଲେ

ଚାରି ଚକ୍ଷୁର ମିଳନ ହେଲେ

ସିଧା କଳରେ ହାତ ପୁରେଇ

ମୋ ହକ୍‌ ମୁଁ କାଢି ଆଣିବି

କାରଣ ମୁଁ

କେବଳ ତୋ ପାଇଁ

 ଅଇଁଠାଖିଆ ସାଜିଛି

ଆଉ ଥରେ

କେବଳ ତୋହରି ପାଇଁ

ଗୋଇଠାଖିଆ ସାଜିବି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance