STORYMIRROR

Sabitri Mohapatra

Romance Others

4  

Sabitri Mohapatra

Romance Others

ସ୍ମୃତି ସେ ରହିଛି ଅମର

ସ୍ମୃତି ସେ ରହିଛି ଅମର

1 min
119

ଦେଖିଥିଲି ଦିନେ ସାଥି ତୁମକୁ ମୁଁ 

ସେଇ ଗଛ ଛାଇ ତଳେ,

ନୂଆ ରାଜଧାନୀ ପୁରୁଣା ସହରେ

 ସେହି ଆମ୍ବ ଗଛ ମୂଳେ।


ମୂକସାକ୍ଷୀ ହୋଇ ଏବେ ବି ରହିଛି

ଦେଇଥାଏ ହାତଠାର,

ତୁମେ ମୋର ସାଥି ତୁମେ ମୋର ପ୍ରୀତି,

ସବୁକିଛି ତୁମେ ମୋର।


ଜୀବନର ସୂର୍ଯ୍ୟ ଉଇଁଥିଲା ସେଠି,

ସ୍ମୃତି ସେ ରହିଛି ଅମର,

ରଚିଥିଲି ସେଠି ସ୍ବପ୍ନ ର ସୌଧ 

ଗଢିଥିଲି ବାଲିଘର ।


ଭିଜା ପାହାନ୍ତିର ପାହାନ୍ତି ପ୍ରହରେ,

କହିଥିଲ ତୁମେ କିଛି,

ମଧୁର ସେ ରାତି, ମଧୁର ସେ ସ୍ମୃତି 

ମଧୁର ସେ ଅନୁଭୁତି।


ଭୁଲି ପାରୁନାହିଁ ତୁମ ସେହି କଥା,

ମନେ ପଡେ ଗୋଟି ଗୋଟି,

ଆଜି ଏ ଦିନରେ ଏକାକିନୀ ମୁହିଁ,

ଖୋଜି ବୁଲୁଛି ସେ ସ୍ମୃତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance