କରୋନା
କରୋନା


କରୋନା କରୁଛୁ ଲକ୍ଷେ ଗୁହାରୀ ,
ଜୁହାର ହେଉଛୁ ତୋତେ ତ ସ୍ମରି
ବିଶ୍ୱ ବାସୀ ହେଲେ କି ହନ୍ତସନ୍ତ ,
କେତେ ପ୍ରାଣ ତୁହି ନେଲୁଣି କହ,
ଆଉ କାହାପାଇଁ ରହିଛୁ ଚାହିଁ ,
କରୋନା ଏବେ ତୁ ଯା ପଳାଇ |
ପାହାଡ ପର୍ବତ ଡେଇଁ ସାରିଲୁ ,
ସାତ ସମୁଦ୍ର ବି ପାରି ହୋଇଲୁ,
ଏ ଜଗତ କୁ ତ ସାରିଲୁ ଦେଖି,
ଆଉ ପାରିବୁନି ତୋତେ ସମ୍ଭାଳି,
ରହିବୁ ଟିକିଏ ନିଶ୍ଚିନ୍ତ ହୋଇ,
କରୋନା ଏବେ ତୁ ଯା ପଳାଇ।
ଶୀତରେ ଆସିଲୁ ସଂତର୍ପଣ ରେ,
ବିଚରଣ କଲୁ ଏ ବସନ୍ତରେ,
କାୟା ମେଲାଇଲୁ ଏ ଗ୍ରୀଷ୍ମ ତାତିରେ,
ବର୍ଷା ଭିଜା ରାତି ଦେଖିବା ପାଇଁ
ଅପେକ୍ଷା କରିଛୁ ଅବା କି ତୁହି,
ଆଉ ପାରିବୁନି ତୋତେ ତ ସହି
କରୋନା ଏବେ ତୁ ଯା ପଳାଇ |