STORYMIRROR

Sabitri Mohapatra

Abstract Romance Fantasy

3  

Sabitri Mohapatra

Abstract Romance Fantasy

ଅଳସୀ  କନ୍ୟା

ଅଳସୀ  କନ୍ୟା

1 min
276


ମୁଁ ତ ଥିଲି ଏକା ଏକ ଅଳସୀ କନ୍ୟା

ମୋ ଦୁନିଆ ଥିଲା ତ ଅନନ୍ୟା

ଏ ଜୀବନେ କାହିଁ ମୋତେ ଦେଖା ଯେ ଦେଲ,

ମୋତେ ହସେଇ ଦେଲ,

ମୋର ମନ ଛୁଇଁଲ,

ତୁମେ ଆପଣେଇଲ,

ମୋର ମନକୁ ଆସି l


ଦେଖିନି ମୁଁ ତୁମକୁ ଭି

ଜାଣିନି ଦିନେ,

ତଥାପି ଏ ମନ ଖୋଜେ

ତୁମକୁ ମନେ l


ତୁମେ ଲାଗ ଆପଣାର

କାହିଁକି ଏତେ,

ଜାଣିଛ କି ପାରି ତୁମେ

କହିବ ସତେ l


ତୁମେ ମୋତେ ପାଗଳ କଲ

ନିଦ ହଜାଇ ଦେଲ l

ତୁମ ସ୍ୱପ୍ନେ ହଜିବାକୁ

 ଶିଖାଇ ଦେଲ l


ତୁମ କଥା ଭାବିବାକୁ

କହି ତ ଦେଲ l

ମନ ଖୋଜୁଛି ଲୁଚି

ତୁମେ ଅଛ କେଉଁଠି

ତୁମ ବାହୁଡୋରେ ମୋତେ,

ଲୁଚା ଅ ଆସି

ଆଉ ଲୁଚକାଳି ଖେଳନାହିଁ

ମୋ ସାଥେ ମିଶି l


Rate this content
Log in

Similar oriya poem from Abstract