STORYMIRROR

Sabitri Mohapatra

Others

3  

Sabitri Mohapatra

Others

ମାମା  ତୁମେ ଗଲା  ପରେ ପରେ.......

ମାମା  ତୁମେ ଗଲା  ପରେ ପରେ.......

1 min
312

ମାମା ତୁମେ ଗଲା ପରେ ପରେ, ଘର ଲାଗେ ଇତସ୍ତତଃ

ମନ ହୁଏ ବ୍ୟତିବ୍ୟସ୍ତ

ହୋଇଗଲି କି ମୁଁ ବିଶୃଙ୍ଖଳିତ?


କାଟିଛେ ତ ରାତି କେତେ

ମନ ଆନନ୍ଦରେ

ପୁଣି ପାହିଛି ଭି ଦିନ କେତେ

କଥାରେ କଥାରେ


ମନେ ପଡ ତୁମେ ବେଳେ ବେଳେ

ରହିଥିଲେ ବିତ ସାଙ୍ଗ ସାଥିଙ୍କର ମେଳେ

ଖାଉଛି ଭି ଭଲ ମନ୍ଦ ବୁଲି ହୋଟେଲରେ

ତଥାପି ବି ମନେପଡେ ତୁମ ହାତ ରନ୍ଧା ଭାତ

ମନ ଥାଏ ସେଇ ପଖାଳରେ


କରିଛି କି କେବେ

ତୁମକୁ ଅସମ୍ମାନ?

ବୁଝିନି କି ତୁମ କଥା

କରିଛି କି ହେୟଜ୍ଞାନ?

ତୁମ ମନ କଥା ବୁଝିବାକୁ

ହେଲି କି ଅଜ୍ଞାନ?


ତଥାପି ମୋ କୁନି ଘର ଛାଡି

ଚାଲିଗଲ, ତୁମର ବୋଲାଉଥିବା

ସେହି ନିଜର ଆଶ୍ରୟସ୍ଥଳୀ

ଏକା ଏକା କାଟିବାକୁ

ବାକି କିଛି ଦିନ.............


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍