ନିଝୁମ ରାତ୍ରିର କୋଳେ
ନିଝୁମ ରାତ୍ରିର କୋଳେ

1 min

78
ଭାବିବାକୁ ଭଲଲାଗେ ବସି ଏକାନ୍ତରେ,
ସ୍ଵପ୍ନ ତୁମେ କାହିଁ ଆସ ନିରୋଳା ରାତ୍ରି ରେ ।
ସାଥି ତୁମେ ମନେପଡ ଘନ ଅନ୍ଧକାରେ,
କେଇପଦ କଥା ହେବି ଖୋଜେ ମୁଁ ସାଥିରେ ।
ଭାବନାରେ ମଜେ କେତେ ଏ ଖିଆଲି ମନରେ,
ସ୍ମୃତି ତୁମେ ଆସ ସେହି ଅସହାୟ ମୁହୂର୍ତ୍ତରେ।
ନିଝୁମ ରାତ୍ରିର କୋଳେ ଦେଖେ ସ୍ଵପ୍ନ ନୂଆ ସକାଳ ର,
ଭାଙ୍ଗେ କେତେ ଗଢେ ପୁଣି ଜୀବନର ପ୍ରତ୍ୟେକ ପ୍ରୁଷ୍ଠାର ।
ଅଭିନବ ରୂପ ସାଜି ହୁଏ ନିତ୍ୟ ସେ ଦିନର,
ଅଭିମାନେ ମନ କେତେ ଭରିଯାଏ ପୁଣି ଅନୁଶୋଚନା ର ।
କେତେବେଳେ ମନ ହୁଏ ଲଂଘିଯିବ , ପର୍ବତ ଗହ୍ବର ,
କେତେବେଳେ ମନର କୋହ ବହେ ହୋଇ ଧାର ଧାର।